/odisha-reporter/media/post_attachments/uploads/2021/02/T.Natrajan.jpg)
T Natarajan
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଫାଷ୍ଟ ବୋଲର ଟି.ନଟରାଜନ। ଅଷ୍ଟ୍ରେଲିଆର ତିନୋଟି ଫର୍ମାଟରେ ସେ ଡେବ୍ୟୁ କରିଛନ୍ତି। ଡେବ୍ୟୁ ପରେ ପରେ ହିଁ ସେ ହାସଲ କରିଛନ୍ତି ଢ଼େର ଲୋକପ୍ରିୟତା। ନଟରାଜନଙ୍କ ଫାଷ୍ଟ ବୋଲିଂ ଆଗରେ ଚିତପଟାଙ୍ଗ ହୋଇଥିଲା କଙ୍ଗାରୁ ଦଳ। ତେବେ କ୍ରିକେଟ ବ୍ୟତୀତ ନଟରାଜନ ତାଙ୍କ ଜୀବନରେ ଆଉ ଏକ ସୁନ୍ଦର ଉପହାର ପାଇଛନ୍ତି। ଏଥିପାଇଁ ସେ ପୁରା ଖୁସିରେ ଗଦ ଗଦ ହୋଇଯାଇଛନ୍ତି। ତାଙ୍କ ଜୀବନରେ ଆସିଥିବା ନୂଆ ଖୁସି ହେଉଛି ତାଙ୍କ ଛୋଟ ଝିଅ ହନୱିକା।
ନିକଟରେ ନଟରାଜନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀଙ୍କ ସହ ନିଜ ୪ମାସ ଝିଅ ହନୱିକାର ଫଟୋକୁ ସେଆର କରିଛନ୍ତି। ଏହି ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆମର କୁନୀ ପରୀ ହନୱିକା। ସେ ଆମ ଜୀବନର ସବୁଠାରୁ ସୁନ୍ଦର ଉପହାର। ତା’ ଯୋଗୁଁ ଆମ ଜୀବନ ଖୁସିରେ ଭରି ଯାଇଛି। ତୁମେ ଆମକୁ ବାପା ମା’ ରୂପେ ବାଛିଥିବାରୁ ଧନ୍ୟବାଦ।”
ନଟରାଜନଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ଏହି ପୋଷ୍ଟକୁ ଦେଖି ଭାବୁକ ହୋଇପଡିବା ସହ ଅନେକ କମେଣ୍ଟ ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଏବଂ ଓଡିଆଇରେ ଖେଳିବା ଲାଗି ତାଙ୍କୁ ମଉକ ମିଳିବା ପରେ ସେ ଅଷ୍ଟ୍ରେଲିଆରେ ଥିଲେ। ଏଥିଯୋଗୁଁ ଝିଅର ଜନ୍ମ ସମୟରେ ନଟରାଜନ ତା’ପାଖରେ ନଥିଲେ। ସେତେବେଳେ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବ୍ୟସ୍ତ ଥିଲେ। ଏବେ କିନ୍ତୁ ନରଟାଜନ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ମଉକା ପାଇଛନ୍ତି। ସେ ଘରକୁ ଫେରି ନିଜ ଝିଅ ଏବଂ ପତ୍ନୀଙ୍କ ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି।
ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଏହି ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ଟି.ନଟରାଜନ କିନ୍ତୁ ଇଂଲଣ୍ଡ ବିପକ୍ଷରେ ୧୯ ଦିବସୀୟ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ସେ ସାମିଲ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ଟି୨୦ ମ୍ୟାଚରେ ପୁଣିଥରେ ୟର୍କର କିଙ୍ଗଙ୍କ କମାଲ ଦେଖିବାକୁ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
