Advertisment

କାଲିଠାରୁ ଟୋକିଓ ପାରାଲିମ୍ପିକ୍ସ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ପାରାଲିମ୍ପିକ୍ସରେ ଭାରତ ଏହାର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିଛି। ଟୋକିଓ ପାରାଲିମ୍ପିକ୍ସରେ ୫୪ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିବେ। ଭାରତୀୟ ପାରା ଆଥଲେଟ୍ ଏହି କ୍ରୀଡ଼ା ମହାକୁମ୍ଭରେ ଦେଶକୁ ପ୍ରଥମଥର ଦୁଇ ଅଙ୍କ ପଦକ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ପାଇଁ ଭାରତ ଏଥର ତା’ର ସର୍ବଶ୍ରେଷ୍ଠ ଦଳ ପଠାଇଛି। ୨୦୧୬ରେ ରିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ […]

ଅଦ୍ୟତନ ହୋଇଛି
କାଲିଠାରୁ ଟୋକିଓ ପାରାଲିମ୍ପିକ୍ସ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ଭାରତ

para-indian-athlets

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ପାରାଲିମ୍ପିକ୍ସରେ ଭାରତ ଏହାର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିଛି। ଟୋକିଓ ପାରାଲିମ୍ପିକ୍ସରେ ୫୪ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିବେ। ଭାରତୀୟ ପାରା ଆଥଲେଟ୍ ଏହି କ୍ରୀଡ଼ା ମହାକୁମ୍ଭରେ ଦେଶକୁ ପ୍ରଥମଥର ଦୁଇ ଅଙ୍କ ପଦକ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଟୋକିଓ ପାରାଲିମ୍ପିକ୍ସ ପାଇଁ ଭାରତ ଏଥର ତା'ର ସର୍ବଶ୍ରେଷ୍ଠ ଦଳ ପଠାଇଛି। ୨୦୧୬ରେ ରିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଥ୍ରୋୟର ଦେବେନ୍ଦ୍ର ଝାଝରିଆ ଓ ହାଇ ଜମ୍ପର ମରିୟପ୍ପନ ଥାଙ୍ଗାଭେଲୁ ଭାରତର ନେତୃତ୍ୱ ନେବେ। ଭାରତ ଅତି କମରେ ୫ ସ୍ୱର୍ଣ୍ଣ ସହ ୧୫ ପଦକ ଜିତିବା ନେଇ ଆଶାୟୀ ରହିଛି।

କୋଭିଡ୍ ମହାମାରୀ କାରଣରୁ କଡ଼ା ସୁରକ୍ଷା ଭିତରେ ପାରାଲିମ୍ପିକ୍ସ ଆୟୋଜିତ ହେଉଛି। ଭାରତୀୟ ପାରା ଆଥଲେଟ୍ ମୋଟ ୯ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହାମାରୀ କାରଣରୁ କିଛି ଦେଶ ପାରାଲିମ୍ପିକ୍ସରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଖେଳାଳିଙ୍କ ଠାରୁ ଅଭୂତପୂର୍ବ ସଫଳତା ଆଶା କରାଯିବା କିଛି ଭୁଲ ହେବ ନାହିଁ। କାରଣ ବିଶ୍ୱ ରାଙ୍କିଙ୍ଗରେ ଭାରତର ଚାରି ଜଣ ଖେଳାଳି ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ୬ ଜଣ ଖେଳାଳି ବିଶ୍ୱ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ପାଖାପାଖି ୧୦ଜଣ ଖେଳାଳି ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଅଛନ୍ତି।

Advertisment

https://twitter.com/Media_SAI/status/1429726168907862022?s=20

୧୯୭୨ରେ ପ୍ରଥମଥର ପାରାଲିମ୍ପିକ୍ସରେ ଭାଗ ନେଇଥିବା ଭାରତ ଏପର୍ଯ୍ୟନ୍ତ ୧୨ଟି ପଦକ ଜିତିଛି। ୨୦୧୬ରେ ଭାରତ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସହ ମୋଟ ୪ ପଦକ ଜିତି ୪୩ତମ ସ୍ଥାନରେ ରହିଥିଲା। ଏଥର ଭାରତ ଟପ୍-୨୫ ଭିତରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସରକାର ପାରା ଆଥଲେଟଙ୍କୁ ଭରପୂର ସୁବିଧା ଯୋଗାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଅଗଷ୍ଟ ୮ ତାରିଖରେ ଶେଷ ହୋଇଥିବା ଅଲିମ୍ପିକ୍ସର ସଫଳତାକୁ ପାରା ଖେଳାଳିମାନେ ଆଗକୁ ବଢ଼ାଇବେ ବୋଲି ଆଶା ରହିଛି।

ଟୋକିଓରେ ଭାରତ ପାଇଁ ବଡ଼ ଆଶା ହେଉଛନ୍ତି ଦେବେନ୍ଦ୍ର ଝାଝାରିଆ। ୪୦ ବର୍ଷ ବୟସରେ ବି ଦେବେନ୍ଦ୍ର ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ସବୁଠାରୁ ବଡ଼ ଦାବିଦାର। ସେ ଏ-୪୬ ବର୍ଗରେ ୨୦୦୪ ଓ ୨୦୧୬ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି ଏବଂ ବର୍ତ୍ତମାନ ସେ ବିଶ୍ୱ ରେକର୍ଡଧାରୀ ମଧ୍ୟ ଅଛନ୍ତି। ସେହିପରି ୨୦୧୬ରେ ଟି-୬୩ ହାଇ ଜମ୍ପରେ ସ୍ୱର୍ଣ୍ଣ ଜିତିଥିବା ମରିୟପ୍ପନ ମଧ୍ୟ ଭାରତର ଅନ୍ୟତମ ବଡ଼ ଦାବିଦାର। ସେ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମଙ୍ଗଳବାର ଉଦଘାଟନୀ ସମାରୋହରେ ସେ ଭାରତର ଧ୍ୱଜାବାହକ ହେବେ।

ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସରେ ମଧ୍ୟ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଆୟୋଜକ କିଛି ଭେନ୍ୟୁରେ ଛୋଟ ପିଲାମାନଙ୍କୁ ଷ୍ଟାଡିୟମକୁ ଆସିବା ପାଇଁ ସ୍ୱୀକୃତି ଦେବାକୁ ଯୋଜନା କରୁଛନ୍ତି। ପାରାଲିମ୍ପିକ୍ସରେ ୧୬୩ ଦେଶର ପ୍ରାୟ ୪୫୦୦ ଖେଳାଳି ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ଭାଗ ନେବେ।

ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ପାରା ଆଥଲେଟ୍

ପୁରୁଷ: ଦେବେନ୍ଦ୍ର ଝାଝାରିଆ, ଅଜିତ୍ ସିଂହ ଓ ସୁନ୍ଦର ସିଂହ ଗୁର୍ଜର୍ (ଜାଭେଲିନ୍ ଏଫ୍-୪୬); ସନ୍ଦୀପ ଚୌଧୁରୀ ଓ ସୁମିତ୍ (ଜାଭେଲିନ୍ ଏଫ୍-୬୪); ମରିୟପ୍ପନ ଥଙ୍ଗାଭେଲୁ, ଶରଦ କୁମାର ଓ ବରୁନ୍ ସିଂହ ଭଟ୍ଟି (ହାଇ ଜମ୍ପ ଟି-୬୩); ଅମିତ୍ କୁମାର ଓ ଧରମବୀର (କ୍ଲବ୍ ଥ୍ରୋ’ ଏଫ୍-୫୧); ନିଶଦ କୁମାର ଓ ରାମ୍ ପାଲ୍ (ହାଇ ଜମ୍ପ ଟି-୪୭), ସୋନମ ରାଣା (ଶଟପୁଟ୍ ଏଫ୍-୫୭), ନବଦୀପ (ଜାଭେଲିନ୍ ଏଫ୍-୪୧), ପ୍ରବୀଣ କୁମାର (ହାଇ ଜମ୍ପ ଟି-୬୪), ଯୋଗେଶ କଥୁନିୟା (ଡିସକସ୍ ଥ୍ରୋ ଏଫ୍-୫୬), ବିନୋଦ କୁମାର (ଡିସକସ୍ ଥ୍ରୋ ଏଫ୍-୫୬), ରଞ୍ଜିତ୍ ଭଟ୍ଟି (ଜାଭେଲିନ୍ ଏଫ୍-୫୭), ଅରବିନ୍ଦ (ଶଟପୁଟ୍ ଏଫ୍-୩୫), ଟେକ୍ ଚାନ୍ଦ (ଜାଭେଲିନ୍ ଏଫ୍-୫୪)।

ମହିଳା: ଏକତା ଭ୍ୟାନ୍ ଓ କଶିଶ୍ ଲାକ୍ରା (କ୍ଲବ୍ ଥ୍ରୋ’ ଏଫ୍-୫୧), ଭାଗ୍ୟଶ୍ରୀ ଯାଦବ (ଶଟପୁଟ୍‌ ଏଫ୍-୩୪), ସିମରନ୍ (୧୦୦ ମିଟର୍ ଟି-୧୩)।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe