Advertisment

କାର ଦୁର୍ଘଟଣାରେ ପୂର୍ବତନ ଅମ୍ପାୟାର ରୁଡି କୋର୍ଟେଜେନଙ୍କ ଦେହାନ୍ତ

ଜୋହାନ୍ସବର୍ଗ: ଆଇସିସି ପ୍ୟାନେଲରେ କାମ କରି ସାରିଥିବା ପୂର୍ବତନ ଅମ୍ପାୟାର ରୁଡି କୋର୍ଟେଜେନ୍ ଆଉ ନାହାନ୍ତି। ଦକ୍ଷିଣ ଆଫ୍ରିକାର କେପ ଟାଉନ ନିକଟ ରିଭର୍ସଡାଲେ ଠାରେ କାର୍‌ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଆଉ ୩ ଜଣ ମଧ୍ୟ ଏହି ଘଟଣାରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ କୋର୍ଟେଜେନଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସମସ୍ତେ ଗୋଟିଏ କାର ଯୋଗେ ଗଲ୍ଫ ଖେଳି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୧୦୦ରୁ […]

କାର ଦୁର୍ଘଟଣାରେ ପୂର୍ବତନ ଅମ୍ପାୟାର ରୁଡି କୋର୍ଟେଜେନଙ୍କ ଦେହାନ୍ତ

Rudy

Advertisment

ଜୋହାନ୍ସବର୍ଗ: ଆଇସିସି ପ୍ୟାନେଲରେ କାମ କରି ସାରିଥିବା ପୂର୍ବତନ ଅମ୍ପାୟାର ରୁଡି କୋର୍ଟେଜେନ୍ ଆଉ ନାହାନ୍ତି। ଦକ୍ଷିଣ ଆଫ୍ରିକାର କେପ ଟାଉନ ନିକଟ ରିଭର୍ସଡାଲେ ଠାରେ କାର୍‌ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଆଉ ୩ ଜଣ ମଧ୍ୟ ଏହି ଘଟଣାରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ କୋର୍ଟେଜେନଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସମସ୍ତେ ଗୋଟିଏ କାର ଯୋଗେ ଗଲ୍ଫ ଖେଳି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Advertisment

୧୦୦ରୁ ଅଧିକ ଟେଷ୍ଟରେ ଅମ୍ପାୟରିଂ କରିଥିବା ଦୁଇ ଜଣଙ୍କ ମଧ୍ୟରୁ କୋର୍ଟେଜେନ୍ ଅନ୍ୟତମ। ଏହି ତାଲିକାରେ ୱେଷ୍ଟଇଣ୍ଡିଜର ଷ୍ଟିଭ ବକନର ଅଛନ୍ତି। ଦକ୍ଷିଣ ଆଫ୍ରିକାର କୋର୍ଟେଜେନ୍ ୧୦୮ ଟେଷ୍ଟ, ୨୫୦ ଦିନିକିଆ, ୧୯ଟି ଟି-୨୦ରେ ଅମ୍ପାୟାରିଂ କରିଥିଲେ। ଦୀର୍ଘ ୧୮ ବର୍ଷ ହେଲାଣି ସେ ଅମ୍ପାୟାରିଂ ଓ ମ୍ୟାଚ୍‌ ପରିଚାଳନା କାମରେ ନିଜକୁ ନିୟୋଜିତ କରିଥିଲେ।

Rudi Koertzen ODI photos and editorial news pictures from ESPNcricinfo  Images
୧୯୯୨ରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ସମୟରେ ହିଁ କୋର୍ଟେଜେନ୍ ତାଙ୍କର ଅନ୍ତର୍ଜାତୀୟ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ଏହି ସିରିଜ୍‌ରେ ପ୍ରଥମଥର ରନ ଆଉଟ ପାଇଁ ଟିଭି ରିପ୍ଲେର ବ୍ୟବସ୍ଥା ହୋଇଥିଲା। ୧୯୯୭ରେ ତାଙ୍କୁ ଆଇସିସିର ପୂର୍ଣ୍ଣକାଳୀନ ଅମ୍ପାୟାର କରାଯାଇଥିଲା। ସେହିପରି ୨୦୦୨ରେ ସେ ଆଇସିସି ଅମ୍ପାୟାର ପ୍ୟାନେଲରେ ସାମିଲ ହୋଇଥିଲେ।

Advertisment


୨୦୦୭ ଦିନିକିଆ ବିଶ୍ୱକପ ଫାଇନାଲରେ ଥାର୍ଡ ଅମ୍ପାୟାର ଦାୟିତ୍ୱ କୋର୍ଟେଜେନଙ୍କୁ ହାତରେ ରହିଥିଲା। ୨୦୧୦ରେ ସେ ଅମ୍ପାୟାର କାର୍ଯ୍ୟରେ ଅବସର ନେଇଥିଲେ। ଲିଡ୍‌ସରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଶେଷଥର ପାଇଁ ଅମ୍ପାୟାରିଂ କରିଥିଲେ।

କାର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର କ୍ରିକେଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଠାରୁ ଅନେକ ବ୍ୟକ୍ତିବିଶେଷ କୋର୍ଟେଜେନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେହିପରି ଏବେ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ତାଙ୍କ ସମ୍ମାନ ପାଇଁ ହାତରେ କଳା ବ୍ୟାଚ୍‌ ମଧ୍ୟ ପିନ୍ଧିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe