Advertisment

କେବେ ହାରି ନଥିଲେ, କିନ୍ତୁ ମ୍ୟାଚ୍‌ ବେଳେ ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର

ବର୍ଲିନ: ସମସ୍ତଙ୍କୁ ମର୍ମାହତ ଓ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଆଜି ଯାଏ କେବେ ହେଲେ ବକ୍ସିଂ ମ୍ୟାଚ୍‌ରେ ହାରି ନଥିବା ଜର୍ମାନୀର ଚାମ୍ପିୟନ ବକ୍ସର ମୁସା ୟାମକ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବକ୍ସିଂ ରିଙ୍ଗରେ ସେ ମ୍ୟାଚ୍‌ ଖେଳୁଥିବା ବେଳେ ହିଁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା। ମୁନିଚରେ ଚାଲିଥିବା ବକ୍ସିଂ ଚାମ୍ପିୟନଶିପରେ ଶନିବାର ମୁସା ଉଗାଣ୍ଡାର ହାମଜା ୱାଣ୍ଡେରାଙ୍କୁ ଭେଟିଥିଲେ। […]

କେବେ ହାରି ନଥିଲେ, କିନ୍ତୁ ମ୍ୟାଚ୍‌ ବେଳେ ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର

musa

Advertisment

ବର୍ଲିନ: ସମସ୍ତଙ୍କୁ ମର୍ମାହତ ଓ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଆଜି ଯାଏ କେବେ ହେଲେ ବକ୍ସିଂ ମ୍ୟାଚ୍‌ରେ ହାରି ନଥିବା ଜର୍ମାନୀର ଚାମ୍ପିୟନ ବକ୍ସର ମୁସା ୟାମକ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବକ୍ସିଂ ରିଙ୍ଗରେ ସେ ମ୍ୟାଚ୍‌ ଖେଳୁଥିବା ବେଳେ ହିଁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା।

Advertisment

ମୁନିଚରେ ଚାଲିଥିବା ବକ୍ସିଂ ଚାମ୍ପିୟନଶିପରେ ଶନିବାର ମୁସା ଉଗାଣ୍ଡାର ହାମଜା ୱାଣ୍ଡେରାଙ୍କୁ ଭେଟିଥିଲେ। ହେଲେ ମ୍ୟାଚ୍‌ର ତୃତୀୟ ରାଉଣ୍ଡ ପୂର୍ବରୁ ହଠାତ୍‌ ମୁସା ହୃଦଘାତ ଯୋଗୁ ରିଙ୍ଗରେ ଟଳି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତୁର୍କିଶ ଅଫିସିଆଲ ହାସନ ତୁରାନ ଟ୍ୱିଟର୍‌ରେ କହିଛନ୍ତି ଯେ “ୟୁରୋପ ଓ ଏସିଆ କପ୍‌ ଜିତିଥିବା ବକ୍ସର ମୁସାଙ୍କୁ ଆମେ ହରାଇ ଦେଇଛୁ। ସେ ଯୁବାବସ୍ଥାରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଉଛି।”

Advertisment

ମୁସା ଓ ହାମଜାଙ୍କ ମ୍ୟାଚ୍‌ର ସିଧାପ୍ରାସାଣ ବେଳେ ଏପରି ଘଟଣା ଘଟିଛି। ମ୍ୟାଚ୍‌ର ତୃତୀୟ ରାଉଣ୍ଡ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ହିଁ ମୁସା ରିଙ୍ଗରେ ଟଳି ପଡ଼ିଥିଲେ। ରେଫରୀ, କୋଚ୍‌ ଓ ମେଡିକାଲ ଟିମ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା। ରିଙ୍ଗରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ହେଲେ ହୃଦଘାତରେ ମୁସାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଥିଲେ।
ଜନ୍ମ ଗ୍ରହଣ କରିଥିବା ମୁସା ୨୦୧୭ ମସିହା ଅକ୍ଟୋବର ୧୩ରେ ବକ୍ସିଂ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୭୫ଟି ଏକ୍ସପର୍ଟ ପ୍ରତିଯୋଗିତାରେ ଅପରାଜେୟ ରହିଥିଲେ। ତାଙ୍କ ଓଜନ ୮୪ କେଜି। ଏତେ ଲୋକପ୍ରିୟ ସତ୍ତ୍ୱେ ମୁସାଙ୍କର କୌଣସି ୱିକପିଡିଆ ନାହିଁ। ଫଳରେ ତାଙ୍କ ପରିବାର ସମ୍ପର୍କରେ କୌଣସି ସୂଚନା ମିଳିନି। ୨୦୨୧ରେ ସେ WBFed ଅନ୍ତର୍ଜାତୀୟ ଟାଇଟଲ ଜିତିବା ପରେ ରାତାରତି ଷ୍ଟାର ବନି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe