Advertisment

କଟକରେ ଇତିହାସ ରଚିଲେ ଉନ୍ନତି ହୁଡା

କଟକ (ଓଡ଼ିଶା ରିପୋର୍ଟର): କଟକରେ ଚାଲିଥିବା ଓନିଶା ଓପନ୍ ସୁପର୍-୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଭାରତର କିଶୋରୀ ଉନ୍ନତି ହୁଡା ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ସେ କନିଷ୍ଠ ଭାରତୀୟ ଶଟଲର୍ ଭାବେ ସୁପର୍-୧୦୦ ଟୁର୍ଣ୍ଣାମେଣ୍ଟ ଜିତିବାର ଗୌରବ ଅର୍ଜନ କରିନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର କିରନ ଜର୍ଜ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲରେ ଜାଏଣ୍ଟ କିଲର୍ ହୁଡା ୨୧-୧୮, ୨୧-୧୧ ଗେମରେ ସ୍ମିତ ତୋଶନିୱାଲଙ୍କୁ ପରାସ୍ତ […]

author-image
Ranjit Kumar Jena
କଟକରେ ଇତିହାସ ରଚିଲେ ଉନ୍ନତି ହୁଡା

unnati

କଟକ (ଓଡ଼ିଶା ରିପୋର୍ଟର): କଟକରେ ଚାଲିଥିବା ଓନିଶା ଓପନ୍ ସୁପର୍-୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଭାରତର କିଶୋରୀ ଉନ୍ନତି ହୁଡା ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ସେ କନିଷ୍ଠ ଭାରତୀୟ ଶଟଲର୍ ଭାବେ ସୁପର୍-୧୦୦ ଟୁର୍ଣ୍ଣାମେଣ୍ଟ ଜିତିବାର ଗୌରବ ଅର୍ଜନ କରିନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର କିରନ ଜର୍ଜ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି।

Advertisment

ମହିଳା ସିଙ୍ଗଲ୍ସ ଫାଇନାଲରେ ଜାଏଣ୍ଟ କିଲର୍ ହୁଡା ୨୧-୧୮, ୨୧-୧୧ ଗେମରେ ସ୍ମିତ ତୋଶନିୱାଲଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସେ ମାତ୍ର ୩୫ ମିନିଟ୍ ସମୟ ନେଇଥିଲେ। ସିନୟର ଜାତୀୟ ଟୁରରେ ହୁଡା ନିଜର କ୍ରମାଗତ ଦ୍ୱିତୀୟ ଫାଇନାଲ୍ ଖେଳୁତିଲେ। ସେ ମୁକାବିଲାରେ ଜବରଦସ୍ତ ଆରମ୍ଭ କରିଥିଲେ ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାର କୌଣସି ସୁଯୋଗ ଦେଇନଥିଲେ। ପୂରା ମ୍ୟାଚରେ ୧୪ ବର୍ଷୀୟ ହୁଡା ଆଦୌ ନର୍ଭସ ନଜର ଆସିନଥିଲେ।

publive-image

ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ମୁକାବିଲାରେ କିରନ୍ ୨୧-୧୫, ୧୪-୨୧, ୨୧-୧୮ ଗେମରେ ପ୍ରିୟାଂଶୁ ରଜାୱତଙ୍କୁ ପରାସ୍ତ କରିଛନ୍ତି। ମ୍ୟାଚଟି ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟକୁ କିରନ ସହଜରେ ଜିତି ନେଇଥିଲେ। ତେବେ ଦ୍ୱିତୀୟ ଗେମରେ ରଜାୱତ ଦମଦାର କମବ୍ୟାକ୍ କରିଥିଲେ ଏବଂ ୨୧-୧୪ରେ ଗେମକୁ ଜିତି ମ୍ୟାଚକୁ ୧-୧ରେ ବରାବର କରିଥିଲେ।

Advertisment

publive-image

ତୃତୀୟ ତଥା ଫାଇନାଲ୍ ଗେମରେ ରଜାୱତ୍ ଦମଦାର ପ୍ରଦର୍ଶନ ଜାରି ରଖି ୧୦-୪ର ଅଗ୍ରଣୀ ହାସଲ କରିଥିଲେ। ହେଲେ ପରେ କିରନ ପରବର୍ତ୍ତୀ ୧୪ ଗେମରୁ ୧୨ ପଏଣ୍ଟ ହାସଲ କରି ୬ ପଏଣ୍ଟର ଲିଡ୍ ହାସଲ କରିନେଇଥିଲେ। ଏହା ପରେ ମୁକାବିଲା ୧୮-୧୮ରେ ବରାବର ଥିବା ବେଳେ କିରନ୍ ଲଗାତର ତିନି ପଏଣ୍ଟ ହାସଲ କରି ଫାଇନାଲକୁ ୨୧-୧୮ରେ ଜିତି ନେଇଥିଲେ।

publive-image

ସେହିପରି ମହିଳା ଡବଲ୍ସରେ କିମ୍ବଦନ୍ତୀ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପିଚାନ୍ଦ ଓ ଟ୍ରିସା ଜଲି ୨୧-୧୨, ୨୧-୧୦ ଗେମରେ ନିଜ ଦେଶର ସାୟୋଗିତା ଘୋରପଡ଼େ ଓ ଶୃତି ମିଶ୍ରଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ପୁରୁଷ ଡବଲ୍ସରେ ମାଲେସିୟାର ନୁର୍ ମହମ୍ମଦ ଅଜରିନ୍ ଓ ଖିମ୍ ୱା ଲିମଙ୍କ ଯୋଡ଼ି ୨୧-୧୮, ୧୪-୨୧, ୨୧-୧୬ ଗେମରେ ଭାରତର ପିଏସ୍ ରବିକ୍ରିଷ୍ଣା ଓ ଉଦୟକୁମାର ଶଙ୍କର ପ୍ରସାଦଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି। ମିକ୍ସଡ୍ ଡବଲ୍ସରେ ଶ୍ରୀଲଙ୍କା ଯୋଡ଼ି ଡିଆସ୍ ସଚିନ୍ ଓ ହେଣ୍ଡାହେୱା ଥିଲିନି ୨୧-୧୬, ୨୨-୨୦ ଗେମରେ ଜଲି ଓ ଏମଆର୍ ଅର୍ଜୁନଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲେ।