Advertisment

ଭାରତୀୟ ଫୁଟ୍‌ବଲ୍‌ର ‘ଏନସାଇକ୍ଲୋପିଡିଆ’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରୀଡ଼ା ସାମ୍ବାଦିକ ଓ ଭାଷ୍ୟକାର ନୋଭି କପାଡିଆଙ୍କର ଗୁରୁବାର ଦେହାନ୍ତ ହୋଇଛି। ଆଜି ଦ୍ୱିପହରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନୋଭି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଯେଉଁକାରଣରୁ ପାଖାପାଖି ମାସେରୁ ଅଧିକ ସମୟ ଧରି ସେ ଭେଣ୍ଟିଲେଟରରେ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ନୋଭି କପାଡ଼ିଆ ଜଣେ ଫୁଟବଲର ବିଶେଷଜ୍ଞ ଭାବେ ବେଶ ଜଣାଶୁଣା। ସେ ଦିଲ୍ଲୀ ୟୁନିଭର୍ସିଟିରେ ପ୍ରଫେସର ମଧ୍ୟ ରହିଆସିଛନ୍ତି। ଏହାବ୍ୟତୀତ […]

ଭାରତୀୟ ଫୁଟ୍‌ବଲ୍‌ର ‘ଏନସାଇକ୍ଲୋପିଡିଆ’ଙ୍କ ଦେହାନ୍ତ

novy-kapadia

Advertisment

ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରୀଡ଼ା ସାମ୍ବାଦିକ ଓ ଭାଷ୍ୟକାର ନୋଭି କପାଡିଆଙ୍କର ଗୁରୁବାର ଦେହାନ୍ତ ହୋଇଛି। ଆଜି ଦ୍ୱିପହରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନୋଭି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଯେଉଁକାରଣରୁ ପାଖାପାଖି ମାସେରୁ ଅଧିକ ସମୟ ଧରି ସେ ଭେଣ୍ଟିଲେଟରରେ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

Advertisment

ନୋଭି କପାଡ଼ିଆ ଜଣେ ଫୁଟବଲର ବିଶେଷଜ୍ଞ ଭାବେ ବେଶ ଜଣାଶୁଣା। ସେ ଦିଲ୍ଲୀ ୟୁନିଭର୍ସିଟିରେ ପ୍ରଫେସର ମଧ୍ୟ ରହିଆସିଛନ୍ତି। ଏହାବ୍ୟତୀତ ନୋଭି କପାଡିଆ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ସେ ଫୁଟବଲ ଉପରେ ଅଧିକାଂଶ ପୁସ୍ତକ ଲେଖିଛନ୍ତି। ନୋଭି ୯ଟି ଫୁଟବଲ୍ ବିଶ୍ୱକପ୍ କଭର୍ କରିଥିଲେ। ତାଙ୍କୁ ଭାରତୀୟ ଫୁଟବଲର ଫୁଟବଲର ଭଣ୍ଡାର କୁହାଯାଉଥିଲା। ସେ ତାଙ୍କ ପୁସ୍ତକ Barefoot To Boots, The Many Lives Of Indian Football ଜରିଆରେ ଭାରତୀୟ ଫୁଟବଲ ସମ୍ବନ୍ଧରେ ଅନେକ ସୂଚନା ଦେଇଥିଲେ। ଏହି ଦୁଇ ପୁସ୍ତକ ବ୍ୟତୀତ ସେ The Football Fanatic’s Essential Guide ପୁସ୍ତକ ମଧ୍ୟ ଲେଖିଛନ୍ତି।

ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଦଶନ୍ଧି ଧରି କମେଣ୍ଟ୍ରୀ କରିବା ବ୍ୟତୀତ କପାଡିଆ ଏସିଆନ୍ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ସରେ ମଧ୍ୟ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ସର୍ବଭାରତୀୟ ଫୁଟବଲ୍ ମହାସଂଘ ନୋଭି କପାଡିଆଙ୍କ ଦେହାନ୍ତରେ ଟ୍ୱିଟରେ ଦୁଃଖ ପ୍ରକାଶ କରିଛି। ଏଆଇଏଫଏଫ୍ ଲେଖିଛି, ନୋଭି କପାଡିଆଙ୍କ ଦେହାନ୍ତ ଖବର ଶୁଣି ଆମେ ଦୁଃଖିତ। ସେ ଜଣେ ପ୍ରଖ୍ୟାତ ସାମ୍ବାଦିକ, ଭାଷ୍ୟକାର ଓ ଫୁଟବଲ୍ ପଣ୍ଡିତ ଥିଲେ। ଭାରତୀୟ ଫୁଟବଲର କଭରେଜ୍ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe