Advertisment

କୋହଲି ଏବେ କିଶୋର କୁମାରଙ୍କ ଭଡ଼ାଟିଆ

ମୁମ୍ବାଇ: ବଲିଉଡର ଦିବଙ୍ଗତ ସିଙ୍ଗର ତଥା ଅଭିନେତା କିଶୋର କୁମାରଙ୍କ ଭଡାଟିଆ ସାଜିଲେ କ୍ରିକେଟର୍‌ ବିରାଟ କୋହଲି। ଭଡାରେ ନେଲେ କିଶୋର କୁମାରଙ୍କ ଘର। ମୁମ୍ବାଇ ଜୁହୁ ସ୍ଥିତ କିଶୋର କୁମାରଙ୍କ ଘରର ଏକ ବଡ ଅଂଶକୁ ବିରାଟ କୋହଲି ଭଡାରେ ନେଇଛନ୍ତି। ଇ-ଟାଇମ୍ସର ଖବର ମୁତାବକ, କିଶୋର କୁମାରଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ବଡ ଧରଣର ପରିବର୍ତ୍ତନ କରାଯାଉଛି। ଏଠାରେ ହାଇ ଗ୍ରାଣ୍ଡ ରେଷ୍ଟୁରାଣ୍ଟ ତିଆରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାକୟ […]

ଅଦ୍ୟତନ ହୋଇଛି
କୋହଲି ଏବେ କିଶୋର କୁମାରଙ୍କ ଭଡ଼ାଟିଆ

virat-kohli and kishore-kumar

Advertisment

ମୁମ୍ବାଇ: ବଲିଉଡର ଦିବଙ୍ଗତ ସିଙ୍ଗର ତଥା ଅଭିନେତା କିଶୋର କୁମାରଙ୍କ ଭଡାଟିଆ ସାଜିଲେ କ୍ରିକେଟର୍‌ ବିରାଟ କୋହଲି। ଭଡାରେ ନେଲେ କିଶୋର କୁମାରଙ୍କ ଘର। ମୁମ୍ବାଇ ଜୁହୁ ସ୍ଥିତ କିଶୋର କୁମାରଙ୍କ ଘରର ଏକ ବଡ ଅଂଶକୁ ବିରାଟ କୋହଲି ଭଡାରେ ନେଇଛନ୍ତି।

Advertisment

ଇ-ଟାଇମ୍ସର ଖବର ମୁତାବକ, କିଶୋର କୁମାରଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ବଡ ଧରଣର ପରିବର୍ତ୍ତନ କରାଯାଉଛି। ଏଠାରେ ହାଇ ଗ୍ରାଣ୍ଡ ରେଷ୍ଟୁରାଣ୍ଟ ତିଆରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାକୟ ବିରାଟ କୋହଲି। ଏହି ରେଷ୍ଟୁରାଣ୍ଟଟି ପାଖାପାଖି ତିଆରି ହୋଇଯାଇଥିବା କୁହାଯାଉଛି। କିଶୋର କୁମାରଙ୍କ ପୁଅ ତଥା ସିଙ୍ଗର ଅମିତ କୁମାର ଏନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି।

ଅମିତଙ୍କ କହିବା ମୁତାବକ ଏହି ଘରକୁ ୫ ବର୍ଷ ପାଇଁ ବିରାଟଙ୍କୁ ଭଡ଼ାରେ ଦିଆଯାଇଛି। ଲୀନା ଚନ୍ଦାବରକରଙ୍କ ପୁଅ ସୁମିତ କିଛି ମାସ ପୂର୍ବେ ବିରାଟଙ୍କୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

Advertisment

ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଚାଲିଥିବା ଏସିଆ କପ୍‌-୨୦୨୨ରେ ବ୍ୟସ୍ତ ଅଛନ୍ତି। ବୁଧବାର ଆୟୋଜିତ ହୋଇଥିବା ମ୍ୟାଚ୍‌ରେ ବିରାଟ କୋହଲି ୫୯ ରନ୍‌ କରି ଫ୍ୟାନ୍‌ମାନଙ୍କୁ ଖୁସି କରିଦେଇଥିଲେ। ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ପୂର୍ବେ ଉଭୟ ମୁମ୍ବାଇର ସଡକରେ ବାଇକ୍‌ରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe