Advertisment

ଦେଶରେ ସ୍ଥିତି ସାଂଘାତିକ, ହାତଯୋଡ଼ି ଅପିଲ୍ କଲେ ଫୁଟବଲର୍

ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ଗୁରୁବାର ରୁଷ୍ ୟୁକ୍ରେନ୍ ଉପରେ ହମଲା କରିଦେଇଥିଲା, ଯାହାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। କ୍ରୀଡ଼ା ଜଗତର ନାମୀ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ସେଲିବ୍ରେସନ୍ କରି ଯୁଦ୍ଧ ଟାଳିବାକୁ ଅନୁରୋଧ କରିଛନ୍ତି। ଇଟାଲୀୟ ଫୁଟବଲ୍ ଟିମ୍ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେର ମିଡଫିଲ୍ଡର ରୁସଲାନ୍ ମାଲିନୋଭସ୍କି […]

ଦେଶରେ ସ୍ଥିତି ସାଂଘାତିକ, ହାତଯୋଡ଼ି ଅପିଲ୍ କଲେ ଫୁଟବଲର୍

football

Advertisment

ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ଗୁରୁବାର ରୁଷ୍ ୟୁକ୍ରେନ୍ ଉପରେ ହମଲା କରିଦେଇଥିଲା, ଯାହାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। କ୍ରୀଡ଼ା ଜଗତର ନାମୀ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ସେଲିବ୍ରେସନ୍ କରି ଯୁଦ୍ଧ ଟାଳିବାକୁ ଅନୁରୋଧ କରିଛନ୍ତି।

Advertisment

ଇଟାଲୀୟ ଫୁଟବଲ୍ ଟିମ୍ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେର ମିଡଫିଲ୍ଡର ରୁସଲାନ୍ ମାଲିନୋଭସ୍କି ଅଲିମ୍ପିୟାକୋସ ବିପକ୍ଷରେ ଗୋଲ୍ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକିଥିଲେ, ଯେଉଁଥିରେ ଲେଖାଛନ୍ତି, ୟୁକ୍ରେନରେ ଯୁଦ୍ଧ ନୁହେଁ। ସୋଶାଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ୍‌ ହୋଇଛି।

https://twitter.com/Hussain04570988/status/1496979180105482254?s=20&t=wtfeJA_ufoGcii8Matckrg

Advertisment

ୟୁରୋପା ଲିଗର ଦ୍ୱିତୀୟ ଲେଗର ଏହି ମୁକାବିଲାରେ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ଦେଇଥିଲେ। ସେହିପରି ଡେନମାର୍କର ପୁଲ-ବ୍ୟାକ୍ ଜୋକିମ୍ ମାହେଲେ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ ଆଟଲାଣ୍ଟା ବିସି ମୁକାବିଲାକୁ ୩-୦ରେ ଜିତି ରାଉଣ୍ଡ-୧୬ ପାଇଁ କ୍ୱାଲିଫାଏ କରିଛି। ଏହା ପୂର୍ବରୁ ଆଟଲାଣ୍ଟା ବିସି ୟୁରୋପା ଲିଗ୍ ମୁକାବିଲାର ପ୍ରଥମ ଲେଗରେ ଅଲମ୍ପିଆକୋସକୁ ୨-୧ରେ ହରାଇଥିଲା।

Napoli and Barcelona players posed with a sign before their match

ଗୁରୁବାର ରାତିରେ ୟୁକ୍ରେନ୍ ସପକ୍ଷରେ ଏକଜୁଟ୍ ହେବାର ଏହା ଏକମାତ୍ର ବାର୍ତ୍ତା ନଥିଲା। ବାର୍ସିଲୋନା ଓ ନେପୋଲୀର ଖେଳାଳିମାନେ ମଧ୍ୟ କ୍ୟାମ୍ପ ନାଉରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିଜ ନିଜର ପକ୍ଷ ରଖିଥିଲେ। ଦୁଇ କ୍ଲବର ଖେଳାଳି ସେମାନଙ୍କର ୟୁରୋପା ଲିଗ୍ ପ୍ଲେ-ଅଫର ଦ୍ୱିତୀୟ ପର୍ଯ୍ୟାୟର ମୁକାବିଲା ପୂର୍ବରୁ ‘ଯୁଦ୍ଧ ବନ୍ଦ କର’ ବାର୍ତ୍ତା ସହ ଏକ ବ୍ୟାନର୍ ଧରି ଛିଡ଼ା ହୋଇଥିଲେ। ବାର୍ସିଲୋନା ଏହି ମୁକାବିଲା ୪-୨ରେ ଜିତି ନେଇଥିଲା।

Ukraine star Ruslan Malinovskyi revealed a message on shirt after scoring for Atalanta

ସେହିପରି ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ୟୁକ୍ରେନ୍ ଡିଫେଣ୍ଡର୍ ଓଲେକଜାଣ୍ଡର୍ ଜିନଚେଙ୍କୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ଆଶା କରୁଛି ଯେ ଆପଣ ସବୁଠାରୁ କଷ୍ଟଦାୟକ ମୃତ୍ୟୁ ପାଇବେ। ତେବେ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe