Advertisment

ଷ୍ଟାଡିୟମ ଭିତରେ ହଙ୍ଗାମା, ପାକିସ୍ତାନ-ଆଫଗାନିସ୍ତାନ ଫ୍ୟାନ୍‌ ପିଟାପିଟି

ଦୁବାଇ: ବରଦାସ୍ତ ହେଲାନି ହାର୍‌। ଷ୍ଟାଡିୟମ ଭିତରେ ହିଁ ହାରାଇ ବସିଲେ ନିୟନ୍ତ୍ରଣ। ଚେୟାର ଉଠାଇ ପରସ୍ପର ଭିତରେ ହେଲେ ପିଟାପଟି। ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ-ଭୋଲଟେଜ୍‌ ଡ୍ରାମା। ପଡ଼ିଆରେ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡ଼ିୟମ ଗ୍ୟାଲେରୀରେ ମୁହାଁମୁହିଁ ହୋଇଛନ୍ତି ୨ ଦେଶର ସମର୍ଥକ। ପରସ୍ପର ମଧ୍ୟରେ ମାରପିଟ୍ ଓ ଚେୟାର ଫିଙ୍ଗାଫିଙ୍ଗି ହୋଇଛନ୍ତି ଫ୍ୟାନ୍ସ । ଏହି  ସମସ୍ତ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି […]

author-image
Madhupriya Mistry
ଷ୍ଟାଡିୟମ ଭିତରେ ହଙ୍ଗାମା, ପାକିସ୍ତାନ-ଆଫଗାନିସ୍ତାନ ଫ୍ୟାନ୍‌ ପିଟାପିଟି

afghanistan-fans-pak-fans-assaulted

ଦୁବାଇ: ବରଦାସ୍ତ ହେଲାନି ହାର୍‌। ଷ୍ଟାଡିୟମ ଭିତରେ ହିଁ ହାରାଇ ବସିଲେ ନିୟନ୍ତ୍ରଣ। ଚେୟାର ଉଠାଇ ପରସ୍ପର ଭିତରେ ହେଲେ ପିଟାପଟି। ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ-ଭୋଲଟେଜ୍‌ ଡ୍ରାମା। ପଡ଼ିଆରେ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡ଼ିୟମ ଗ୍ୟାଲେରୀରେ ମୁହାଁମୁହିଁ ହୋଇଛନ୍ତି ୨ ଦେଶର ସମର୍ଥକ। ପରସ୍ପର ମଧ୍ୟରେ ମାରପିଟ୍ ଓ ଚେୟାର ଫିଙ୍ଗାଫିଙ୍ଗି ହୋଇଛନ୍ତି ଫ୍ୟାନ୍ସ । ଏହି  ସମସ୍ତ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗତକାଲି ଏସିଆ କପ୍‌ରେ ଆଫଗାନିସ୍ତାନ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ରୋମାଞ୍ଚକର ମ୍ୟାଚର ଶେଷ ଓଭରର ଶେଷ ୱିକଟରେ ବାଜି ମାରିନେଇଥିଲା ପାକିସ୍ତାନ। ୨ଟି ବଲରେ ଲଗାତାର ୨ଟି ଛକା ମାରି ମ୍ୟାଚ ଜିତାଇଥିଲେ ପାକିସ୍ତାନ ଖେଳାଳି ନସିମ୍ ଶାହା। ଏହା ପରେ ପଡ଼ିଆ ଭିତରର ଉପସ୍ଥିତ ଥିବା ଆଫଗାନସ୍ତାନ ପ୍ରଶଂସକ ଉତ୍ତେଜିତ ହୋଇପଡିଥିଲେ। ପାକିସ୍ତାନ ଠାରୁ ହାର୍‌କୁ ସହ୍ୟ କରି ପାରିନଥିଲେ। ଏହାପରେ ନିଜ ଦେଶର ପତାକା ଦେଖାଇବା ସହ ପାକିସ୍ତାନ ସମର୍ଥକଙ୍କ ଉପରକୁ ଚେୟାର ଫୋପାଡ଼ି ମାଡ ମାରିଥିଲେ।

ଏହି ପୂରା ଘଟଣାର ଭିଡିଓକୁ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଶୋଏବ ଅଖତର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ଆଫଗାନିସ୍ତାନ ପ୍ରଶଂସକମାନେ ଏହା କରୁଛନ୍ତି। ଅତୀତରେ ମଧ୍ୟ ସେ ଅନେକ ଥର ଏଭଳି କରି ସାରିଛନ୍ତି। ଏହା ଏକ ଖେଳ ଏବଂ ଏହାକୁ ସଠିକ୍ ଭାବନା ​​ସହିତ ଖେଳିବା ଏବଂ ଗ୍ରହଣ କରିବା ଉଚିତ୍। ଯଦି ଆପଣମାନେ ଖେଳରେ ଆଗକୁ ବଢ଼ିବା ପାଇଁ ଚାହାନ୍ତି ତେବେ ଆପଣଙ୍କ ଫ୍ୟାନ୍‌ ଓ ଖେଳାଳି ଉଭୟଙ୍କୁ କିଛି ଜିନିଷ ଶିଖିବା ନିହାତି ଆବଶ୍ୟକ ରହିଛି।'

Advertisment

ଏହି ଭିଡିଓକୁ ଶୋଏବ ଅଖତର ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶଫିକ ଷ୍ଟାନିକଜଇଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ସେପଟେ ଆଫଗାନିସ୍ତାନ ଫ୍ୟାନ୍‌ଙ୍କ ଏଭଳି ମାରପିଟ୍‌ କରିଥିବା ଘଟଣାକୁ ସୋଶାଲ ମିଡିଆରେ ଅନେକ ବିରୋଧ କରିବା ସହ ନିନ୍ଦା ମଧ୍ୟ କରିଛନ୍ତି।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ଥାନକୁ ପାକିସ୍ତାନ ପରାସ୍ତ କରିଛି।  ଫଳରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବା ପ୍ରାୟ ଚୂଡାନ୍ତ ହୋଇଛି।  ଆସନ୍ତା ୧୧ ତାରିଖରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପ୍ ଫାଇନାଲ ମ୍ୟାଚ୍। ଗତକାଲି ମ୍ୟାଚ୍‌ରେ ଟସ୍‌ ହାରି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

https://twitter.com/shoaib100mph/status/1567589651598172161?s=20&t=NcJibW8Fa2-h38rNpbNTNw