Advertisment

ୱିଣ୍ଟର୍ ପାରାଲିମ୍ପିକ୍ସ‌ର ଦିନକ ପୂର୍ବରୁ ରୁଷ ଓ ବେଲାରୁଷ୍ ବ୍ୟାନ୍

ବେଜିଂ: ୟୁକ୍ରେନ୍ ଉପରେ ଆକ୍ରମଣ କରିବା କରିବା ପରେ ରୁଷକୁ ଚାରିଆଡ଼ୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି। ଏବେ ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟି (ଆଇପିସି) ମଧ୍ୟ ରୁଷ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବେଜିଂରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁଥିବା ୱିଣ୍ଟର ପାରାଲିମ୍ପିକ୍ସ ପାଇଁ ଆଇପିସି ରୁଷ୍ ଓ ବେଲାରୁଷ ଉପରେ ବ୍ୟାନ୍ ଲଗାଇଛି। ଅର୍ଥାତ୍ ରୁଷ୍ ଓ ବେଲାରୁଷର ଆଥଲେଟ୍ ମାନେ ୱିଣ୍ଟର ପାରାଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ବୁଧବାର ଆଇପିସି କହିଥିଲା ଯେ ରୁଷ୍ […]

author-image
Ranjit Kumar Jena
ୱିଣ୍ଟର୍ ପାରାଲିମ୍ପିକ୍ସ‌ର ଦିନକ ପୂର୍ବରୁ ରୁଷ ଓ ବେଲାରୁଷ୍ ବ୍ୟାନ୍

russia-and-belarus

ବେଜିଂ: ୟୁକ୍ରେନ୍ ଉପରେ ଆକ୍ରମଣ କରିବା କରିବା ପରେ ରୁଷକୁ ଚାରିଆଡ଼ୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି। ଏବେ ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟି (ଆଇପିସି) ମଧ୍ୟ ରୁଷ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବେଜିଂରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁଥିବା ୱିଣ୍ଟର ପାରାଲିମ୍ପିକ୍ସ ପାଇଁ ଆଇପିସି ରୁଷ୍ ଓ ବେଲାରୁଷ ଉପରେ ବ୍ୟାନ୍ ଲଗାଇଛି। ଅର୍ଥାତ୍ ରୁଷ୍ ଓ ବେଲାରୁଷର ଆଥଲେଟ୍ ମାନେ ୱିଣ୍ଟର ପାରାଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ।

Advertisment

ବୁଧବାର ଆଇପିସି କହିଥିଲା ଯେ ରୁଷ୍ ଓ ବେଲାରୁଷର ଖେଳାଳିମାନେ ନିରପେକ୍ଷ ଖେଳାଳି ଭାବେ ୱିଣ୍ଟନ ପାରାଲିମ୍ପିକ୍ସରେ ଭାଗ ନେଇପାରିବେ, ଯେଉଁଥିରେ ସେମାନେ ନିଜ ଦେଶର ନାଁ ଓ ଧ୍ୱଜାର ଉପଯୋଗ କରିପାରିପାରିବେ ନାହିଁ। ତେବେ ଆଇପିସିର ଏହି ନିଷ୍ପତ୍ତିକୁ ଚାରିଆଡ଼ୁ ସମାଲୋଚନା କରାଯାଇଥିଲା, ଯାହାର ୨୪ ଘଣ୍ଟା ପରେ ଆଇପିସି ତା’ର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଛି।

ଆଇପିସି କହିଛି ଯେ ଅଧିକାଂଶ ଖେଳାଳି ରୁଷ୍ ଓ ବେଲାରୁଷ୍ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେବେ, ଯେଉଁଥି ପାଇଁ ପାରାଲିମ୍ପିକ୍ସରେ ସମସ୍ୟା ଉତ୍ପନ ହୋଇପାରେ ଏବଂ ଏହା ଦ୍ୱାରା ଏହାର ସମ୍ମାନରେ ମଧ୍ୟ ଆଞ୍ଚ ଆସିପାରେ।

Advertisment

ଆଇପିସିର ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାର୍ସନ୍ସ କହିଛନ୍ତି, ଗତ ୧୨ ଘଣ୍ଟାରେ ଅନେକ ସଦସ୍ୟ ଆମକୁ ଯୋଗାଯୋଗ କରିଛନ୍ତି। ସେହି ସଦସ୍ୟ ମାନେ ଆମ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ ଏବଂ ଯଦି ରୁଷ୍ ଓ ବେଲାରୁଷକୁ ବ୍ୟାନ୍ ନକରାଗଲା, ତାହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ।

ନିଷ୍ପତ୍ତି ବଦଳାଇବା ପରେ ଆଇପିସି ଏବେ ଫୁଟବଲ, ଟ୍ରାକ୍ ଆଣ୍ଡ ଫିଲ୍ଡ, ବାସ୍କେଟବଲ୍, ହକି ଓ ଅନ୍ୟ କ୍ରୀଡ଼ାରେ ସାମିଲ୍ ହୋଇଛି। ଏହି କ୍ରୀଡ଼ା ଗୁଡ଼ିକରୁ ରୁଷ୍ ଓ ବେଲାରୁଷର ଖେଳାଳିଙ୍କୁ ପୂର୍ଣ୍ଣ ବ୍ୟାନ୍ ଲଗାଯାଇଥିଲା। ଏହା ପୂର୍ବରୁ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ୍ (ବିଡବ୍ଲ୍ୟୁଏଫ) ମଙ୍ଗଳବାର ରୁଷ୍ ଓ ବେଲାରୁଷକୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରୁ ସସପେଣ୍ଡ କରିଥିଲା।

କେବଳ ଏତିକି ନୁହେଁ ଆଇଓସି, ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଓ କ୍ରୀଡ଼ା ଆୟୋଜନର ଆୟୋଜକଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୁଷ୍ ଓ ବେଲାରୁଷ୍ ଆଥଲେଟ୍ ଏବଂ ସେମାନଙ୍କର ଅଫିସିଆଲଙ୍କୁ ଆମନ୍ତ୍ରଣ କିମ୍ବା ଅଂଶଗ୍ରହଣକୁ ଅନୁମତି ନଦେବାକୁ କହିଥିଲା। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁଥିବା ୱିଣ୍ଟର ପାରାଲିମ୍ପିକ୍ସର କିଛି ପୂର୍ବରୁ ଆଇଓସି ସୁପାରିସ୍ କରିଥିଲା।