Advertisment

ବିବାହ ବନ୍ଧନରେ ଦୁଇ ସମଲିଙ୍ଗୀ ମହିଳା କ୍ରିକେଟର

ଲଣ୍ଡନ: ସମଲିଙ୍ଗୀ ବିବାହ କରିଛନ୍ତି ଇଂଲିଶ ଟିମ୍‌ର ଦୁଇ ଜଣ ଷ୍ଟାର ମହିଳା କ୍ରିକେଟର। କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ନିକଟରେ ପରସ୍ପରକୁ ବିବାହ କରିଛନ୍ତି। ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଇଂଲିଶ କ୍ରିକେଟ ବୋର୍ଡ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୱିକେଣ୍ଡରେ ଉଭୟ ପରସ୍ପରର ହାତ ଧରିଛନ୍ତି। ଏହି ପ୍ରାଇଭେଟ ବାହାଘର କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଓ ବର୍ତ୍ତମାନ ଇଂଲିଶ ଟିମ୍‌ ପାଇଁ ଖେଳୁଥିବା ଅନେକ ମହିଳା କ୍ରିକେଟର ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ […]

ବିବାହ ବନ୍ଧନରେ ଦୁଇ ସମଲିଙ୍ଗୀ ମହିଳା କ୍ରିକେଟର

Sciver

Advertisment

ଲଣ୍ଡନ: ସମଲିଙ୍ଗୀ ବିବାହ କରିଛନ୍ତି ଇଂଲିଶ ଟିମ୍‌ର ଦୁଇ ଜଣ ଷ୍ଟାର ମହିଳା କ୍ରିକେଟର। କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ନିକଟରେ ପରସ୍ପରକୁ ବିବାହ କରିଛନ୍ତି। ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଇଂଲିଶ କ୍ରିକେଟ ବୋର୍ଡ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୱିକେଣ୍ଡରେ ଉଭୟ ପରସ୍ପରର ହାତ ଧରିଛନ୍ତି।

Advertisment

ଏହି ପ୍ରାଇଭେଟ ବାହାଘର କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଓ ବର୍ତ୍ତମାନ ଇଂଲିଶ ଟିମ୍‌ ପାଇଁ ଖେଳୁଥିବା ଅନେକ ମହିଳା କ୍ରିକେଟର ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ଇଂଲଣ୍ଡ ମହିଳା ଟିମ୍‌ର ଅଧିନାୟକ ହିଥର ନାଇଟ, ଡାନ୍ନି ୱାଟ୍ଟ, ଈଶା ଗୁହା, ଜେନ୍ନି ଗୁନ୍ନଙ୍କ ଭଳି ଖେଳାଳି ରହିଥିଲେ। ସମସ୍ତେ ଉପସ୍ଥିତ ରହି ସ୍କିଭର ଓ ବ୍ରଣ୍ଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ମଧ୍ୟ ପରସ୍ପରକୁ ବିବାହ କରି ବହୁତ ଖୁସି ଥିବା କହିଛନ୍ତି।

୨୦୧୭ରେ ଇଂଲଣ୍ଡ ମହିଳା ଟିମ୍‌ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ଟିମ୍‌ରେ ସ୍କିଭର ଓ ବ୍ରଣ୍ଟ ରହିଥିଲେ। ୨୦୨୨ ଦିନିକିଆ ବିଶ୍ୱକପରେ ବି ଦୁହେଁ ଖେଳିଥିଲେ। କିନ୍ତୁ ଇଂଲଣ୍ଡ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଉପ ବିଜେତା ହୋଇଥିଲା। ସ୍କିଭର ଓ ବ୍ରଣ୍ଟ ଇଂଲଣ୍ଡ ମହିଳା ଟିମ୍‌ର ନିୟମିତ ସଦସ୍ୟ। ୨୦୨୨ ବିଶ୍ୱକପ ଫାଇନାଲରେ ସ୍କିଭର ୧୨୧ ବଲରେ ୧୪୮ ରନ୍‌ର ଇନିଂସ ଖେଳିଥିଲେ। ତଥାପି ଇଂଲଣ୍ଡ ହାରିଥିଲା।

Advertisment


୨୦୧୯ରେ ସ୍କିଭର ଓ ବ୍ରଣ୍ଟ ନିର୍ବନ୍ଧ କରିଥିଲେ। ୨୦୨୦ ସେପ୍ଟେମ୍ବରରେ ଏହି ପ୍ରେମ ପକ୍ଷୀଙ୍କ ବିହାର ହେବାର ଥିଲା। କିନ୍ତୁ କରୋନା ପାଇଁ ଏହା ସମ୍ଭବ ହୋଇପାରି ନଥିଲା। କିନ୍ତୁ ଏବେ ଉଭୟ ପରସ୍ପରର ହାତ ସବୁଦିନ ପାଇଁ ଧରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe