Advertisment

ଫିଫା ବିଶ୍ୱକପରେ ପ୍ରଥମଥର ରେଫରୀ ସାଜିବେ ମହିଳା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲରେ ଐତିହାସିକ ପଦକ୍ଷେପ ନେଇଛି ଫିଫା। ପ୍ରଥମଥର ପାଇଁ ପୁରୁଷ ଫିଫା ଫୁଟବଲ ବିଶ୍ୱକପରେ ସାମିଲ ହେବେ ମହିଳା ରେଫରୀ। ଚଳିତ ବର୍ଷ ଶେଷ ଭାଗରେ କତାରରେ ଫିଫା ବିଶ୍ୱକପ ଆୟୋଜନ ହେବ। ଏହି ଇଭେଣ୍ଟରେ ୩ ଜଣ ମହିଳା ରେଫରୀ ଭୂମିକାରେ ଅବତୀର୍ଣ୍ଣ ହେବେ। ମଧ୍ୟପ୍ରାଚ୍ୟରେ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଫିଫା ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଏପରି ପଦକ୍ଷେପ ନେଇଥିବା ଗୋଟିଏ ବିବୃତିରେ କହିଛି। ଫିଫାର ରେଫରୀ […]

author-image
Hemant Lenka
ଫିଫା ବିଶ୍ୱକପରେ ପ୍ରଥମଥର ରେଫରୀ ସାଜିବେ ମହିଳା

FIFA

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲରେ ଐତିହାସିକ ପଦକ୍ଷେପ ନେଇଛି ଫିଫା। ପ୍ରଥମଥର ପାଇଁ ପୁରୁଷ ଫିଫା ଫୁଟବଲ ବିଶ୍ୱକପରେ ସାମିଲ ହେବେ ମହିଳା ରେଫରୀ। ଚଳିତ ବର୍ଷ ଶେଷ ଭାଗରେ କତାରରେ ଫିଫା ବିଶ୍ୱକପ ଆୟୋଜନ ହେବ। ଏହି ଇଭେଣ୍ଟରେ ୩ ଜଣ ମହିଳା ରେଫରୀ ଭୂମିକାରେ ଅବତୀର୍ଣ୍ଣ ହେବେ।

Advertisment

ମଧ୍ୟପ୍ରାଚ୍ୟରେ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଫିଫା ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଏପରି ପଦକ୍ଷେପ ନେଇଥିବା ଗୋଟିଏ ବିବୃତିରେ କହିଛି। ଫିଫାର ରେଫରୀ କମିଟି ଚେୟାରମ୍ୟାନ ପି କୋଲ୍ଲିନା କହିଛନ୍ତି, “ଦୀର୍ଘ ବର୍ଷ ତଳେ ଆରମ୍ଭ ହୋଇଥିବା ଦୀର୍ଘତମ ପ୍ରକ୍ରିୟା ଶେଷ ହୋଇଛି। ‍ଫିଫା ପୁରୁଷ ଜୁନିୟର ଓ ସିନିୟର ଟୁର୍ଣ୍ଣାମେଣ୍ଟରେ ମହିଳା ରେଫରୀ ନିଯୁକ୍ତ ହେବେ। ସେମାନେ ଫିଫା ବିଶ୍ୱକପରେ ସାମିଲ ହେବାକୁ ହକଦାର। କାରଣ ସେମାନେ ନିୟମିତ ଭାବେ ଉଚ୍ଚସ୍ତରରେ ନିଜର ଦକ୍ଷତା ଦେଖାଇ ଆସିଛନ୍ତି। ସେମାନଙ୍କ ଦକ୍ଷତା ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ବିଶ୍ୱକପରେ ୩ ଜଣ ମହିଳା ରେଫରୀ ଓ ୩ ଜଣ ଆସିସଷ୍ଟାଣ୍ଟ ମହିଳା ରେଫରୀ ସାମିଲ ହେବେ। କତାରରେ ନଭେମ୍ବର ୨୧ରୁ ଫିଫା ବିଶ୍ୱକପ ଆରମ୍ଭ ହେବ। ଫାଇନାଲ ଡିସେମ୍ବର ୧୮ରେ ଖେଳାଯିବାକୁ ସ୍ଥିର ହୋଇଛି। କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଠାରୁ ଆରମ୍ଭ କରି ଲିଓନେଲ ମେସିଙ୍କ ଭଳି ଖେଳାଳି ବିଶ୍ୱକପରେ ଖେଳିବେ। ସେମାନଙ୍କୁ ମହିଳା ରେଫରୀଙ୍କ ଇସାରରେ ହିଁ ପଡ଼ିଆରେ ସବୁ କିଛି କରିବାକୁ ପଡ଼ିବ।

Advertisment

ଫ୍ରାନ୍ସର ଷ୍ଟେଫାନି ଫ୍ରପାର୍ଟ, ରାୱାଣ୍ଡାର ସଲିମା ମୁକାନସାଙ୍ଗା ଓ ଜାପାନର ୟୋଶିମି ୟାମାଶିଟାଙ୍କୁ ରେଫରୀ ଭାବେ ଚୟନ କରାଯାଇଥିବା ବେଳେ ବ୍ରାଜିଲର ଜେଉଜା ବାକ, ମେକ୍ସିକୋର କାରେନ ଡିଆଜ ମେଡିନା ଓ ଆମେରିକାର କଥରୟନ ନେସବିଟ୍ଟ ଆସିସଷ୍ଟାଣ୍ଟ ରେଫରୀ ରହିଛନ୍ତି।

ବିଶ୍ୱକପ ପାଇଁ ଫିଫା ମୋଟ ୩୬ ଜଣଙ୍କୁ ରେଫରୀ ୬୯ ଜଣଙ୍କୁ ଆସିସଷ୍ଟାଣ୍ଟ ରେଫରୀ ଓ ୨୪ ଜଣ ଭିଡିଓ ମ୍ୟାଚ୍ ଅଫିସିଆଲ ଭାବେ ଚୟନ କରିଛି।