Advertisment

ସୁଶୀଲ କୁମାରଙ୍କୁ ବଡ଼ ଝଟକା, କୋର୍ଟରେ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ରେସଲର୍ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରୁ ବଡ଼ ଝଟକା ଲାଗିଛି । କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀସ୍ଥିତ ଛତ୍ରସାଲ୍ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣାଙ୍କ ହତ୍ୟା ଅଭିଯୋଗ ଲାଗିଛି । ସୁଶୀଲ କୁମାରଙ୍କ ମାମଲାର ଶୁଣାଶି ବେଳେ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଘଟଣା ମେ’ ୫ ତାରିଖର । ଦୁଇ ଯୁବକ ଫାୟାରିଂ କରିଥିଲେ […]

ଅଦ୍ୟତନ ହୋଇଛି
ସୁଶୀଲ କୁମାରଙ୍କୁ ବଡ଼ ଝଟକା, କୋର୍ଟରେ ଜାମିନ୍ ଆବେଦନ ଖାରଜ

sushil-kumar

Advertisment

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ରେସଲର୍ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରୁ ବଡ଼ ଝଟକା ଲାଗିଛି । କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀସ୍ଥିତ ଛତ୍ରସାଲ୍ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣାଙ୍କ ହତ୍ୟା ଅଭିଯୋଗ ଲାଗିଛି ।

Advertisment

ସୁଶୀଲ କୁମାରଙ୍କ ମାମଲାର ଶୁଣାଶି ବେଳେ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଘଟଣା ମେ’ ୫ ତାରିଖର । ଦୁଇ ଯୁବକ ଫାୟାରିଂ କରିଥିଲେ । ତେବେ ଫାୟାରିଂ କିଏ କଲା, ପୁଲିସକୁ ତାହା ଜଣାନାହିଁ । ପୁଲିସ୍ କହିଛି ଯେ ଘଟଣାସ୍ଥଳରୁ ଏକ ସ୍କର୍ପିଓ ମିଳିଛି, କିନ୍ତୁ କେହି ସାକ୍ଷୀ ମିଳିନାହାନ୍ତି । କୋର୍ଟ କହିଛନ୍ତି, ଯଦି ମାମଲା ଏତେ ଗୁରୁତର ନୁହେଁ, ତାହେଲେ ସୁଶୀଲ କୁମାର କାହିଁକି ଲୁଚୁଛନ୍ତି । ସୁଶୀଲ ତୁରନ୍ତ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ ।

ଅନ୍ୟପକ୍ଷରେ ସୁଶୀଲଙ୍କ ଓକିଲ କହିଛନ୍ତି, ବନ୍ଧୁକରୁ କୌଣସି ଆଘାତ ଲାଗିନାହିଁ । ଫାୟାରିଂ ଏୟାରରେ କରାଯାଇଥିଲା । ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା, ଏଥିପାଇଁ ଆଇସିସି ଧାରା ୩୦୨ ଲଗାଯିବା ଆବଶ୍ୟକ ନାହିଁ । ସୁଶୀଲ ଜଣେ ଅର୍ଜୁନ ପୁରସ୍କାର ବିଜେତା, ଅଲିମ୍ପିକରେ ସେ ଅନେକ ମେଡାଲ୍ ଜିତିଛନ୍ତି । କାରରୁ ଯେଉଁ ଅସ୍ତ୍ର ଜବତ ହୋଇଛି, ତାହା ସୁଶୀଲଙ୍କର ନୁହେଁ ।

Advertisment

ସୁଶୀଲଙ୍କ ତରଫରୁ ମାମଲା ଲଢ଼ୁଥିବା ଆଉଜଣେ ଓକିଲ କୋର୍ଟଙ୍କୁ କହିଛନ୍ତି, ପୁଲିସ୍ ସୁଶୀଲଙ୍କ ବିରୋଧରେ ମାମଲାର ହେରଫେର୍ କରିଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନେ ମହତ୍ତ୍ୱପୂର୍ଣ୍ଣ ସାକ୍ଷୀ । ସେମାନେ ସୁଶୀଲଙ୍କ ବିରୋଧରେ କୌରସି ବୟାନ ଦେଇନାହାନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲା। ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ। କିନ୍ତୁ ସୁଶୀଲ ଫେରାର ଥିବାରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।

Sagar Dhankhar Murder Case Sushil Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe