Advertisment

ଅଲଗା ହେବେ ଚହଲ ଓ ଧନଶ୍ରୀ!

ମୁମ୍ବାଇ: ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କର ହେବ ବିବାହ ବିଚ୍ଛେଦ। ଉଭୟ ପରସ୍ପର ଠାରୁ ହୋଇ ପାରନ୍ତି ଅଲଗା। ଆଜି ଚହଲ ଓ ଧନଶ୍ରୀ ସୋଶାଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ଜଳଜଳ ହୋଇ ଦେଖାଯାଉଛି। ଧନଶ୍ରୀ ୨୦୨୦ ଡିସେମ୍ବରରେ ଚହଲଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଚହଲ ସରନେମ ବ୍ୟବହାର କରୁଥିଲେ। ହେଲେ […]

ଅଦ୍ୟତନ ହୋଇଛି
ଅଲଗା ହେବେ ଚହଲ ଓ ଧନଶ୍ରୀ!

Chahal

Advertisment

ମୁମ୍ବାଇ: ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କର ହେବ ବିବାହ ବିଚ୍ଛେଦ। ଉଭୟ ପରସ୍ପର ଠାରୁ ହୋଇ ପାରନ୍ତି ଅଲଗା। ଆଜି ଚହଲ ଓ ଧନଶ୍ରୀ ସୋଶାଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ଜଳଜଳ ହୋଇ ଦେଖାଯାଉଛି।

Advertisment

ଧନଶ୍ରୀ ୨୦୨୦ ଡିସେମ୍ବରରେ ଚହଲଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଚହଲ ସରନେମ ବ୍ୟବହାର କରୁଥିଲେ। ହେଲେ ଏବେ ହଠାତ୍‌ ସେ ନିଜ ନାଁରୁ ଚହଲ ସରନେମକୁ ହଟାଇ ଦେଇଛନ୍ତି। ସେହିପରି ୟୁଜି ମଧ୍ୟ ଇନଷ୍ଟାଗ୍ରାମରେ ‘ନ୍ୟୁ ଲାଇଫ ଲୋଡିଂ’ ବୋଲି ପୋଷ୍ଟ କରିଛନ୍ତି।

ଦୁଇ ଜଣଙ୍କ ସୋଶାଲ ମିଡିଆରେ ଏପରି ହରକତ ଫ୍ୟାନମାନଙ୍କ ମଧ୍ୟରେ ଅନେକ ଆଶାଆଶଙ୍କା ସୃଷ୍ଟି କରିଛି। ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଠାକ ନଥିବା ମଧ୍ୟ ଅନେକ ଲୋକ ମତ ଦେବା ଆରମ୍ଭ କଲେଣି।

Advertisment

'Dhoka': Yuzvendra Chahal says 'new life loading', wife Dhanashree Verma changes surname as fans wonder why
ଏସବୁ ଭିତରେ ଧନଶ୍ରୀ ନିଜର ଏକାଧିକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ‘ଜଣେ ରାଜକୁମାରୀ ସବୁବେଳେ ତା’ର ସବୁ ଯନ୍ତ୍ରଣାକୁ ନିଜର ଶକ୍ତିରେ ପରିଣତ କରିପାରେ।” ଚହଲ ଦମ୍ପତି କାହିଁକି ଏମିତି ପୋଷ୍ଟ ସୋଶାଲ ମିଡିଆରେ କଲେ, ତା’କୁ ନେଇ ଲୋକମାନେ ବେଶ ଆଗ୍ରହର ସହ ଅପେକ୍ଷା କରିଛନ୍ତି।

ଜଣେ ୟୁଜର ଧନଶ୍ରୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି, “ ଆପଣ ଓ ୟୁଜି ଭାଇଙ୍କ ମଧ୍ୟରେ କ’ଣ ଚାଲିଛି?” ୟୁଜି ଭାଇଙ୍କର କ’ଣ ହୋଇଛି? ସେ କାହିଁକି ନୂଆ ଜୀବନ ଷ୍ଟାଟସ ରଖିଛନ୍ତି ବୋଲି ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି।

ୟୁଜବେନ୍ଦର ଚହଲ ମୁମ୍ବାଇରେ ଦାନ୍ତ ଡାକ୍ତର ଓ କୋରିଗ୍ରାଫର ଭାବେ କାମ କରୁଥିବା ଧନଶ୍ରୀ ବର୍ମାଙ୍କୁ ୨୦୨୦ ଡିସେମ୍ବର ମାସରେ ବିବାହ କରିଥିଲେ। ଗୁରୁଗ୍ରାମରେ ଏହି ବାହାଘର ହୋଇଥିଲା। ଏହାର କିଛି ମାସ ପୂର୍ବରୁ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହାପରେ ଏହି ବିବାହ ସମ୍ପର୍କ ବିବାହର ରୂପ ନେଇଥିଲା। କିନ୍ତୁ ବାହାଘରର ପ୍ରାୟ ଦୁଇ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଯାଇଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe