Advertisment

ପ୍ୟାରିସ ଅଲିମ୍ପିକ୍ସ: ଖାଲି ହାତରେ ଫେରିଲେ ଲଭଲିନା

ଲଭଲିନା ଯଦି ଆଜିର ମ୍ୟାଚ ଜିତି ନେଇଥାଆନ୍ତେ, ତା’ହେଲେ ଭାରତର ବ୍ରୋଞ୍ଜ ପଦକ ପକ୍କା ହୋଇଯାଇ ଥାଆନ୍ତା।

Boxing

Boxing

Advertisment

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା ବୋର୍ଗୋହେନ୍ ପ୍ୟାରିସରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ଆଜି କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ବକ୍ସର ଚାଇନାର କ୍ୱିଆନ ଲିଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Advertisment

ଲି ୪-୧ରେ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିବା ସହ ନିଜ ଦେଶ ପାଇଁ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। କାରଣ ସେମିରେ ପ୍ରବେଶ କରୁଥିବା ଖେଳାଳି ନିଶ୍ଚିତ ଭାବେ ପଦ ପାଇବାର ପ୍ରାବଧାନ ରହିଛି।

ଲଭଲିନା ଯଦି ଆଜିର ମ୍ୟାଚ ଜିତି ନେଇଥାଆନ୍ତେ, ତା’ହେଲେ ଭାରତର ବ୍ରୋଞ୍ଜ ପଦକ ପକ୍କା ହୋଇଯାଇ ଥାଆନ୍ତା। କିନ୍ତୁ ଲଭଲିନା ପରାସ୍ତ ହୋଇ ପ୍ୟାରିସ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ଭାରତ ମଧ୍ୟ ଏଥର ବକ୍ସିଂରୁ କୌଣସି ଅଲିମ୍ପିକ୍ସ ପଦକ ପାଇବାକୁ ସକ୍ଷମ ହୋଇନି।

Advertisment

୭୫ କେଜି ବର୍ଗର ମହିଳା ଏକକର ଆଜିର ମ୍ୟାଚ୍‌ରେ ଲି ଦମଦାର ପ୍ରଦର୍ଶନ କରି ଲଭଲିନାଙ୍କୁ ପଞ୍ଚ ମାରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ତଥାପି ଲଭଲିନା କିଛିଟା ଦମ ଦେଖାଇଥିଲେ। ଲି ଏହି ସେଟକୁ ୩-୨ରେ କବଜା କରିଥିଲେ।

ଦ୍ୱିତୀୟ ସେଟରେ ଲଭଲିନା କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଶ୍ୱର ୧ନଂ ମାନ୍ୟତା ପ୍ରାପ୍ତ ଲି କୌଣସି ପ୍ରକାରର ଢିଲା ନୀତି ପ୍ରଦର୍ଶନ କରି ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସେ ୩-୨ରେ ଜିତିଥିଲେ।

ନିର୍ଣ୍ଣାୟକ ସେଟରେ ଲଭଲିନା ଅଲଆଉଟ ଆଟାକରେ ଯାଇଥିଲେ। ହେଲେ ତାଙ୍କୁ ସେତେଟା ସଫଳତା ମିଳି ନଥିଲା। ଶେଷରେ ସେ ୪:୧ରେ ମ୍ୟାଚ୍‌କୁ ଜିତି ଲଭଲିନାଙ୍କୁ ବାହାରର ରାସ୍ତା ଦେଖାଇଥିଲେ।

Boxing Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe