ଟି-ଟ୍ୱେଣ୍ଟି କ୍ରିକେଟରେ ଇର୍ଫାନ୍‌ଙ୍କ ରେକର୍ଡ ବୋଲିଂ ଫିଗର୍‌

ସେଣ୍ଟ୍‌ କିଟ୍‌ସ୍‌: ୪ ଓଭର୍‌ରେ ୩ ମେଡେନ୍‌ ସହ ମାତ୍ର ୧ ରନ୍‌ ଦେଇ ୨ ୱିକେଟ୍‌ ! କାରିବିୟାନ୍‌ ପ୍ରିମିୟର୍ ଲିଗ୍‌ (ସିପିଏଲ୍‌)ରେ ପାକିସ୍ଥାନୀ ଦ୍ରୁତ୍ ବୋଲର୍‌ ମହମ୍ମଦ ଇର୍ଫାନ୍‌ ଏକ ଚମତ୍କାର ବୋଲିଂ ଫିଗର୍ ପାଇ ଟି-ଟ୍ୱେଣ୍ଟିରେ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଇର୍ଫାନ୍‌ଙ୍କ ଏହି ରେକର୍ଡ ଫିଗର୍ ସତ୍ତ୍ୱେ ତାଙ୍କ ଦଳ ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ସ୍‌ ପ୍ରତିପକ୍ଷ ସେଣ୍ଟ୍‌ କିଟ୍‌ସ୍‌ ଆଣ୍ଡ୍‌ ନେଭିସ୍‌ ପ୍ୟାଟ୍ରିଅଟ୍‌ସ୍‌ ଠାରୁ ହାରିଯାଇଛି। ‍୭ ଫୁଟ୍‌ ୧ ଇଞ୍ଚ୍‌ ଡେଙ୍ଗା […]

mahamad-irfan

Rakesh Mallick
  • Published: Sunday, 26 August 2018
  • , Updated: 26 August 2018, 11:37 AM IST

ସେଣ୍ଟ୍‌ କିଟ୍‌ସ୍‌: ୪ ଓଭର୍‌ରେ ୩ ମେଡେନ୍‌ ସହ ମାତ୍ର ୧ ରନ୍‌ ଦେଇ ୨ ୱିକେଟ୍‌ !

କାରିବିୟାନ୍‌ ପ୍ରିମିୟର୍ ଲିଗ୍‌ (ସିପିଏଲ୍‌)ରେ ପାକିସ୍ଥାନୀ ଦ୍ରୁତ୍ ବୋଲର୍‌ ମହମ୍ମଦ ଇର୍ଫାନ୍‌ ଏକ ଚମତ୍କାର ବୋଲିଂ ଫିଗର୍ ପାଇ ଟି-ଟ୍ୱେଣ୍ଟିରେ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଇର୍ଫାନ୍‌ଙ୍କ ଏହି ରେକର୍ଡ ଫିଗର୍ ସତ୍ତ୍ୱେ ତାଙ୍କ ଦଳ ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ସ୍‌ ପ୍ରତିପକ୍ଷ ସେଣ୍ଟ୍‌ କିଟ୍‌ସ୍‌ ଆଣ୍ଡ୍‌ ନେଭିସ୍‌ ପ୍ୟାଟ୍ରିଅଟ୍‌ସ୍‌ ଠାରୁ ହାରିଯାଇଛି।

‍୭ ଫୁଟ୍‌ ୧ ଇଞ୍ଚ୍‌ ଡେଙ୍ଗା ଏହି ବାମହାତୀ ପାକିସ୍ତାନୀ ଦ୍ରୁତ ବୋଲର୍‌ ସିପିଏଲ୍‌ର ଷୋଡ଼ଶ ମ୍ୟାଚ୍‌ରେ ଏହି ରେକର୍ଡ ବୋଲିଂ ଫିଗର୍ ପାଇଛନ୍ତି। ଇର୍ଫାନ୍‌ ତାଙ୍କ ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କୁ ୱିକେଟ୍‌ କିପର୍‌ଙ୍କ ହାତରେ କଟ୍‌ ବିହାଇଣ୍ଡ କରିଥିବାବେଳେ ଦ୍ୱିତୀୟ ଓଭରରେ ୱେଷ୍ଟଇଣ୍ଡିଜ୍‌ର ଅନ୍ୟତମ ତାରକା ଖେଳାଳି ଏଭିନ୍ ଲିୱିସ୍‌ଙ୍କୁ ସମାନ ଢଙ୍ଗରେ ପ୍ୟାଭିଲିଅନର ରାସ୍ତା ଦେଖାଇଥିଲେ।

କ୍ରମାଗତ ୪ ଓଭର୍ ବୋଲିଂ କରି ଇର୍ଫାନ୍‌ ତିନୋଟି ମେଡେନ୍ ସହ ମାତ୍ର ଗୋଟିଏ ରନ୍ ଦେଇ ଦୁଇ ଦୁଇଟି ୱିକେଟ (୪-୩-୧-୨) ହାସଲ କରିଥିଲେ। ଟି-୨୦ରେ ଏଭଳି ବୋଲିଂ ଫିଗର୍ ଏକ ସର୍ବକାଳୀନ ରେକର୍ଡ।

ତେବେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ରେ ୧୪୭ ରନ୍ କରିଥିବା ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ସ୍‌ ଇର୍ଫାନ୍‌ଙ୍କ କ୍ୟାରିୟର୍ ବେଷ୍ଟ୍‌ ପ୍ରଦର୍ଶ ସତ୍ତ୍ୱେ ପ୍ରତିପକ୍ଷ ପ୍ୟାଟ୍ରିଅଟ୍‌ସ ଦଳକୁ ବିଜୟରୁ ରୋକି ପାରି ନଥିଲା। ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ସ୍‌ ପକ୍ଷରୁ ଅଧିନାୟକ ଜେସନ୍ ହୋଲ୍‌ଡର୍ ସର୍ବାଧିକ ୫୪ ରନ୍ କରିଥିଲେ।

ତେବେ ପ୍ରଥମରୁ ଗେଲ୍ ଓ ଲିୱିସ୍‌ଙ୍କ ୱିକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ପ୍ୟାଟ୍ରିଅଟସ୍‌ ପକ୍ଷରୁ ବ୍ରାଣ୍ଡନ୍‌ କିଙ୍ଗ୍‌ ଅପରାଜିତ୍‌ ୬୦ ରନ୍‌ର ମ୍ୟାଚ୍ ବିଜୟୀ ପାଳି ଖେଳି ଇର୍ଫାନ୍‌ଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବେକାର ଯିବା ପଛର କାରଣ ସାଜିଥିଲେ। ଏହା ସତ୍ତ୍ୱେ ମହମ୍ମଦ୍ ଇର୍ଫାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Related story