Advertisment

କାମ ଦେଲାନି ଭାରତର ବୋଲିଂ ରଣନୀତି; ପାଣି ପିଆଇଲେ ଜଣେ ପାକିସ୍ତାନୀ ବ୍ୟାଟର

ଏକାକୀ ୧୫୯ ରନର ପାଳି ଖେଳିଲେ ଶାହଜୈବ ଖାନ। ୧ ରନ କରି ଆଉଟ୍ ହେଲେ ବୈଭବ ସୂର୍ଯ୍ୟବଂଶୀ।

ଅଦ୍ୟତନ ହୋଇଛି
Shahzaib Khan at India vs Pakistan U19 Asia Cup

Shahzaib Khan at India vs Pakistan U19 Asia Cup

Advertisment

ଅଣ୍ଡର ୧୯ ଏସିଆ କପରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ବୋଲରଙ୍କୁ ପାଣି ପିଆଇଲେ କେବଳ ଜଣେ ପାକିସ୍ତାନୀ ବ୍ୟାଟର। ଆଜି (ଶନିବାର) ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅଣ୍ଡର ୧୯ ଏସିଆ କପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ଏହି ମ୍ୟାଚରେ ପାକିସ୍ତାନର ଓପନିଂ ବ୍ୟାଟର ଶାହଜୈବ ଖାନ ଏକାକୀ ୧୫୦ରୁ ଅଧିକ ରନର ପାଳି ଖେଳି ଭାରତକୁ ଅଡ଼ୁଆରେ ପକାଇଛନ୍ତି। ଅନ୍ୟପଟେ ବହୁଚର୍ଚ୍ଚିତ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ କେବଳ ୧ ରନ କରିବାରେ ସକ୍ଷମ ହୋଇଛନ୍ତି। 

Advertisment

ଆଜିର ମ୍ୟାଚରେ ପାକିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ ଦୁଇ ଓପନର ଉସମାନ୍ ଖାନ ଓ ଶାହଜୈବ ଖାନ। ଉଭୟ ପ୍ରଥମ ୱିକେଟ ପାଇଁ ଦଳୀୟ ସ୍କୋରକୁ ୧୫୦ ରନ ପାର କରାଇଥିଲେ। ୩୧ତମ ଓଭରରେ ପ୍ରଥମ ୱିକେଟ ହରାଇଥିଲା ପାକିସ୍ତାନ। ୬୦ ରନ କରି ଉସମାନ ଖାନ ପାଭିଲିୟନ ଫେରିଥିଲେ। ଏହାପରେ ଗୋଟିଏ ପଟେ ଶାହଜୈବ ଖାନ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ଭାରତୀୟ ବୋଲିଂ ଆଟାକ୍ ଆଗରେ ଛିଡ଼ା ହୋଇ ପାରିନଥିଲେ। ଶାହଜୈବ ଶେଷ ଓଭର ପର୍ଯ୍ୟନ୍ତ ଆକ୍ରାମକ ଅନ୍ଦାଜରେ ଖେଳି ୧୪୭ ବଲରୁ ୫ ଚୌକା ଓ ୧୦ ଛକା ବଳରେ ୧୫୯ ରନ ହାସଲ କରିଥିଲେ। ଜବାବରେ ପାକିସ୍ତାନ ମଧ୍ୟକ୍ରମ ଓ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୧ ରନ୍ ହାସଲ କରିନେଇଥିଲା।

ଏହାପରେ ଭାରତ ୨୮୨ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା। ଭାରତ ପାଇଁ ଆକ୍ରାମକ ଆରମ୍ଭ କରିଥିଲେ ଓପନର ଆୟୁଷ ମହାତ୍ରେ। ସେ ୧୪ ବଲରୁ କେବଳ ପାଞ୍ଚଟି ଚୌକା ବଳରେ ୨୦ ରନ କରି ଆଉଟ୍ ହୋଇଯାଇଥିଲେ। ସବୁଠାରୁ ବଡ଼କଥା ହେଉଛି ଆଇପିଏଲ୍ ୨୦୨୫ ପାଇଁ ଆୟୋଜିତ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ କିଣିଥିବା ୧୩ ବର୍ଷର ଚର୍ଚ୍ଚିତ ବାଳକ ବୈଭବ ସୂର୍ଯ୍ୟବଂଶୀ କେବଳ ୧ ରନ କରି ଆଉଟ୍ ହୋଇଥିଲେ। ଫଳରେ କେବଳ ୨୮ ରନରେ ଭାରତ ଦୁଇଟି ୱିକେଟ ହରାଇଥିଲା। ଏହାପରେ କିଛି ସମୟ ସ୍କୋର ବୋର୍ଡକୁ ଗତି ଦେବାପରେ  ଆନ୍ଦ୍ରେ ସିଦ୍ଧାର୍ଥ ମଧ୍ୟ ଆଉଟ୍ ହୋଇଥିଲେ। ଖବର ଲେଖା ହେବା ବେଳକୁ ୧୭ ଓଭର ବ୍ୟାଟିଂ କରି ଭାରତ ୩ ୱିକେଟ ବିନିମୟରେ ୬୪ ରନ କରିଥିଲା।

Advertisment
Shahzaib Khan Vaibhav Suryavanshi India Vs Pakistan U19 Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe