Advertisment

ବାବର ଜିତିଲେ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି

୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିବାକୁ ଯୋଗୁ ବାବରଙ୍କୁ ଆଇସିସି ପକ୍ଷରୁ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Babar Azam

Babar Azam

ପାକିସ୍ତାନ ଅଧିନାୟକ ବାବର ଆଜମକୁ ପୁଣି ମିଳିଛି ସଫଳତା। ସେ ୨୦୨୨ ବର୍ଷ ପାଇଁ ଆଇସିସି କ୍ରିକେଟର ଅଫ ଦ ଇୟର ପୁରସ୍କାର ଜିତିଛନ୍ତି। ୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିବାକୁ ଯୋଗୁ ବାବରଙ୍କୁ ଆଇସିସି ପକ୍ଷରୁ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ମିଳିଛି। ପୂର୍ବରୁ ବାବର ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ପୁରସ୍କାର ମଧ୍ୟ ଜିତିଥିଲେ। ଏବେ ସେ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ବି ହାତେଇଛନ୍ତି।

Advertisment

ବାବର ୨୦୨୨ରେ ୪୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୫୪.୧୨ ହାର୍‌ରେ ମୋଟ ୨୫୯୮ ରନ କରିଛନ୍ତି। ଏଥିରେ ୮ଟି ଶତକ ଓ ୧୭ଅର୍ଦ୍ଧଶତକ ରହିଛି। ବିଦାୟୀ ବର୍ଷରେ ବାବର ଏକାଧିକ ରେକର୍ଡ ଭାଙ୍ଗିବା ସହ ନିୟମିତ ଭାବେ ପାକିସ୍ତାନ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ସେ ବିଶ୍ୱର ଏକମାତ୍ର ଖେଳାଳି ଯିଏ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ୨ ହଜାରରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଶ୍ରେଷ୍ଠ ଦିନିକିଆ କ୍ରିକେଟର ପୁରସ୍କାର ଜିତିଥିବା ବାବର ୨୦୨୨ରେ ୫୦ ଓଭର ଫର୍ମାଟରେ ୯ଟି ମ୍ୟାଚ୍‌ ଖେଳି ୬୭୯ ରନ କରିଛନ୍ତି। ସେହିପରି ୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ସେ ୧୧୮୪ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

୨୦୦୯ ପରେ ପାକିସ୍ତାନ ୨୦୨୨ରେ ଟି-୨୦ ବିଶ୍ୱକପ ଫାଇନାଲ ଖେଳିଥିଲା। ବାବର ମଧ୍ୟ ଠିକଣା ସମୟରେ ଦମଦାର ପ୍ରଦର୍ଶନ କରିଥିଲେ। ଅବଶ୍ୟ ଦଳ ଇଂଲଣ୍ଡଠାରୁ ହାରି ଯାଇଥିଲା, କିନ୍ତୁ ବାବର ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଥିଲେ। ୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ ଯୋଗୁ ଆଇସିସି ପକ୍ଷରୁ ତାଙ୍କୁ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ମିଳିଛି। 

Pakistan Cricket ICC Babar Azam