Advertisment

ପଡ଼ିଆରେ ହିଁ ସର୍ଫରାଜଙ୍କୁ ଚିଡ଼ାଇଲେ ପାକ୍‌ ଫ୍ୟାନ୍‌, ଦେଖନ୍ତୁ ଭିଡିଓ

ଲଣ୍ଡନ୍‌: ରବିବାର ଭାରତଠାରୁ ହାରିବା ପରେ ପାକିସ୍ତାନ ଅଧିନାୟକ ସର୍ଫରାଜ କେମିତି ପଡ଼ିଆ ମଝିରେ ଫ୍ୟାନ୍‌ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ, ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ହାଇ ମାରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପରେ ସର୍ଫରାଜ ପଡ଼ିଆରେ ଛିଡ଼ା ହୋଇଥିଲେ। ଏହି ସମୟରେ ଷ୍ଟାଡିୟମରେ ଥିବା ପାକ୍‌ ଫ୍ୟାନ୍‌ମାନେ ତାଙ୍କୁ ଚିଡ଼ାଇ ଥିଲେ। ଫ୍ୟାନ୍‌ମାନେ ସର୍ଫରାଜଙ୍କୁ ଦୀର୍ଘ ସମୟ ଧରି ମୋଟା ମୋଟା କହିଥିଲେ। ସେମାନଙ୍କ କଥା ଶୁଣି […]

ପଡ଼ିଆରେ ହିଁ ସର୍ଫରାଜଙ୍କୁ ଚିଡ଼ାଇଲେ ପାକ୍‌ ଫ୍ୟାନ୍‌, ଦେଖନ୍ତୁ ଭିଡିଓ

rt

Advertisment

ଲଣ୍ଡନ୍‌: ରବିବାର ଭାରତଠାରୁ ହାରିବା ପରେ ପାକିସ୍ତାନ ଅଧିନାୟକ ସର୍ଫରାଜ କେମିତି ପଡ଼ିଆ ମଝିରେ ଫ୍ୟାନ୍‌ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ, ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ହାଇ ମାରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପରେ ସର୍ଫରାଜ ପଡ଼ିଆରେ ଛିଡ଼ା ହୋଇଥିଲେ।

Advertisment

ଏହି ସମୟରେ ଷ୍ଟାଡିୟମରେ ଥିବା ପାକ୍‌ ଫ୍ୟାନ୍‌ମାନେ ତାଙ୍କୁ ଚିଡ଼ାଇ ଥିଲେ। ଫ୍ୟାନ୍‌ମାନେ ସର୍ଫରାଜଙ୍କୁ ଦୀର୍ଘ ସମୟ ଧରି ମୋଟା ମୋଟା କହିଥିଲେ। ସେମାନଙ୍କ କଥା ଶୁଣି ସର୍ଫରାଜ ପଛକୁ ବୁଲି ଚାହିଁଥିଲେ। ହେଲେ ସେ ଏହାକୁ କୌଣସି ଗୁରୁତ୍ୱ ଦେଇ ନଥିଲେ। ସର୍ଫରାଜଙ୍କ ସହ କୋଚ ମିକି ଅର୍ଥର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହି ଫ୍ୟାନ୍‌ମାନେ ମ୍ୟାଚ୍‌ ପରେ ଭାରତର ଖୋଲାଖୋଲି ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଞ୍ଚେଷ୍ଟର୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଡିଏଲ୍‌/ଏସ୍‌ ମେଥଡ୍‌ରେ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଥିଲା। ଏହାକୁ ମିଶାଇ ପାକିସ୍ତାନ ୭ମଥର ପାଇଁ ଭାରତ ଠାରୁ ବିଶ୍ୱକପ୍‌ରେ ପରାସ୍ତ ହୋଇଛି।

Advertisment

ଦେଖନ୍ତୁ ଭିଡିଓ
https://twitter.com/i/status/1140569726310993921

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe