Advertisment

T20 World Cup: ଆଇସିସିର ଚେତାବନୀ ପରେ ବାଟକୁ ଆସିଲା ପାକିସ୍ତାନ

ସଲମାନ ଅଲୀ ଆଗାଙ୍କ ନେତୃତ୍ୱରେ ପାକିସ୍ତାନ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ ବୋଲି ରବିବାର ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଆଗାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟି଼ମ୍‌କୁ ଫେରିଛନ୍ତି ବାବର ଆଜମ ଓ ଶାହୀନ ଶାହ ଆଫ୍ରିଦି।

Pakistan
Advertisment

ବାଂଲାଦେଶକୁ ସମର୍ଥନ କରି ‘ଆଇସିସି ପୁରୁଷ ଟିଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬’କୁ ବୟକଟ କରିବ ବୋଲି ନାଟକବାଜୀ କରୁଥିବା ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଆଇସିସିର କଡ଼ା ଚେତାବନୀ ପରେ ବାଟକୁ ଆସିଛି ଓ ରବିବାର ଦଳ ଘୋଷଣା କରିଛି। 

Advertisment

ସଲମାନ ଅଲୀ ଆଗାଙ୍କ ନେତୃତ୍ୱରେ ପାକିସ୍ତାନ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ ବୋଲି ରବିବାର ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଆଗାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟି଼ମ୍‌କୁ ଫେରିଛନ୍ତି ବାବର ଆଜମ ଓ ଶାହୀନ ଶାହ ଆଫ୍ରିଦି। ନିକଟରେ ଅନୁଷ୍ଠିତ ଟିଟ୍ୱେଣ୍ଟି ସିରିଜ୍‌ଗୁଡ଼ିକରୁ ବାଦ୍ ପଡ଼ିଥିବା ଏହି ଦୁଇ ଖେଳାଳିଙ୍କୁ ପୁଣି ଟିମ୍‌ରେ ସାମିଲ କରାଯାଇଛି। ବ୍ୟାଟିଂ ଲାଇନ୍‌କୁ ଦୃଢ଼ କରିବା ପାଇଁ ବାବରଙ୍କୁ ଡକାଯାଇଛି। ସେହିପରି ନସୀମ ଶାହଙ୍କ ସହିତ ମିଶି ପେସ୍ ଆଟାକ୍‌ର ନେତୃତ୍ୱ ନେବା ପାଇଁ ଶାହୀନଙ୍କୁ ଟିମ୍‌ରେ ସାମିଲ କରିଛନ୍ତି ଚୟନକର୍ତ୍ତା।

ଟିଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପାକିସ୍ତାନ ଘୋଷଣା କରିଥିବା ୧୫ ଜଣିଆ ଟିମ୍‌ରେ ସଲମାନ ଅଲୀ ଆଗା (ଅଧିନାୟକ), ଅବରାର ଅହମଦ, ବାବର ଆଜମ, ଫହୀମ ଅଶରଫ, ଫଖର ଜମାନ, ଖୱାଜା ମହମ୍ମଦ ନଫେ (ୱିକେଟ୍ କିପର), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମୀର୍ଜା, ନସୀମ ଶାହ, ସାହିବଜାଦା ଫରହାନ (ୱିକେଟ୍ କିପର), ସୈମ ଅୟୁବ, ଶାହୀନ ଶାହ ଆଫ୍ରିଦି, ଶଦାବ ଖାନ, ଉସମାନ ଖାନ (ୱିକେଟ୍ କିପର) ଓ ଉସମାନ ତାରିକ ଅଛନ୍ତି।

Advertisment

୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନର ପ୍ରଥମ ମ୍ୟାଚ୍ ଫେବ୍ରୁଆରୀ ୭ ତାରିଖରେ ଅଛି। ସେହିଦିନ ଦଳ ନେଦରଲ୍ୟାଣ୍ଡସ ବିପକ୍ଷରେ ଖେଳିବ। ଫେବ୍ରୁଆରୀ ୧୦ରେ ୟୁଏସ୍‌ଏ, ଫେବ୍ରୁଆରୀ ୧୫ରେ ଭାରତ ଓ ଫେବ୍ରୁଆରୀ ୧୮ରେ ନାମିବ୍ୟା ବିପକ୍ଷରେ ଖେଳିବ। ଏହି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। 

ସୁରକ୍ଷା ଦୃଷ୍ଟିକୋଣରୁ ଟିଟ୍ୱେଣ୍ଟି ବିଶ୍ୱକପ୍ ଖେଳିବାକୁ ଭାରତ ଆସିବାକୁ ମନା କରି ଦେଇଥିଲା ବାଂଲାଦେଶ। ଭାରତ ବଦଳରେ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ପ୍ରସ୍ତାବ ଦେଇଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ। କିନ୍ତୁ ଆଇସିସି ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଆଇସିସି ବାରମ୍ବାର ବାଂଲାଦେଶକୁ ଏ ପ୍ରସଙ୍ଗରେ ବୁଝାଇବା ସହ ଭାରତରେ ସୁରକ୍ଷା ଗ୍ୟାରେଣ୍ଟକୁ ନିଶ୍ଚିତ କରିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାର ଓ ପାକିସ୍ତାନ କଥାରେ ପଡ଼ି ଭାରତରେ ମ୍ୟାଚ୍‌ ଖେଳିବାକୁ ରାଜି ହୋଇ ନଥିଲା। ଶେଷରେ ଆଇସିସି ଗତକାଲି ବିଧିବଦ୍ଧ ଭାବେ ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ବାଦ ଦେଇ ସ୍କଟଲ୍ୟାଣ୍ଡକୁ ସାମିଲ କରିଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe