Advertisment

ଇମାମ୍‌ ଉଲ୍‌ ହକ୍‌ଙ୍କ ହ୍ୱାଟ୍‌ସଆପ୍ ଚାଟ୍ ଲିକ୍!

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଇମାମ୍ ଉଲ୍‌ ହକ୍‌ ବିବାଦରେ ଫସି ଯାଇଛନ୍ତି। ସେ ଅନେକ ଯୁବତୀଙ୍କ ସହ ସଂପର୍କ ରଖିବା ପରେ ସେମାନଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଯୁବତୀଙ୍କ ସହିତ ସେ ହ୍ୱାଟ୍‌ସଆପ୍‌ରେ କରୁଥିବା ଚ୍ୟାଟ୍‌ର ଏକ ସ୍କ୍ରିନ୍‌ଶଟ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଅମନ୍‌ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ଇମାମ୍ ଉଲ ହକଙ୍କ ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌ର ମେସେଜ୍‌କୁ ଟ୍ୱିଟ୍‌ କରିଛନ୍ତି। ତେବେ ଭାଇରାଲ୍ ହେଉଥିବା ଏହି ହ୍ୱାଟ୍‌ସଆପ୍‌ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇମାମ୍‌ ଉଲ୍‌ ହକ୍‌ଙ୍କ ହ୍ୱାଟ୍‌ସଆପ୍ ଚାଟ୍ ଲିକ୍!

imam ul haq

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଇମାମ୍ ଉଲ୍‌ ହକ୍‌ ବିବାଦରେ ଫସି ଯାଇଛନ୍ତି। ସେ ଅନେକ ଯୁବତୀଙ୍କ ସହ ସଂପର୍କ ରଖିବା ପରେ ସେମାନଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଯୁବତୀଙ୍କ ସହିତ ସେ ହ୍ୱାଟ୍‌ସଆପ୍‌ରେ କରୁଥିବା ଚ୍ୟାଟ୍‌ର ଏକ ସ୍କ୍ରିନ୍‌ଶଟ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଅମନ୍‌ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ଇମାମ୍ ଉଲ ହକଙ୍କ ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌ର ମେସେଜ୍‌କୁ ଟ୍ୱିଟ୍‌ କରିଛନ୍ତି। ତେବେ ଭାଇରାଲ୍ ହେଉଥିବା ଏହି ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌ ବାସ୍ତବରେ ଇମାମ୍‌ଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ କ୍ରିକେଟ୍‌ ବୋର୍ଡ କିମ୍ବା ଇମାମ୍ ଉଲ୍‌ ହକ୍ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Advertisment

ଅମନ୍ ନାମକ ଏହି ଟ୍ୱିଟର୍ ଆକାଉଣ୍ଟଧାରୀ ଲେଖିଛନ୍ତି ଯେ, ଇମାମ୍‌ ୭ ରୁ ୮ ଜଣ ଯୁବତୀଙ୍କ ସହ ଚ୍ୟାଟିଂ କରୁଥିଲେ। ସେ ସେମାନଙ୍କୁ ବ୍ୟବହାର କରିବା ପରେ ଧୋକା ଦେଇଥିଲେ। ସେ ସେମାନଙ୍କୁ କହୁଥିଲେ ଯେ ସେ ସିଙ୍ଗିଲ୍‌ ଅଛନ୍ତି। ଏଠାରେ ଗର୍ଲ୧ଙ୍କ ସହିତ ସେ କରିଥିବା କିଛି ଚ୍ୟାଟର ସ୍କ୍ରିନ୍‌ଶଟ୍‌ ଦିଆଯାଇଛି।

Advertisment

ଯେଉଁ ସ୍କ୍ରିନ୍‌ଶଟ୍‌ସଗୁଡ଼ିକ ଭାଇରାଲ୍ ହୋଇଛି ସେଥିରେ ଇମାମ୍ ଜଣେ ଯୁବତୀଙ୍କୁ ‘ବେବି’ ବୋଲି ସମ୍ବୋଧନ କରିଛନ୍ତି। ଏଥିରେ ତାଙ୍କ ସହିତ ସେ ବ୍ରେକ୍‌ଅପ୍‌ ବିଷୟରେ କଥା ହୋଇଛନ୍ତି।

ଇମାମ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏହି ଟ୍ୱିଟର ୟୁଜର ଏହା ବି ଦାବି କରିଛନ୍ତି ଯେ, ଏହି କ୍ରିକେଟରଙ୍କ ବିଷୟରେ ଖୁଲାସା କରିବା ପାଇଁ ସେହି ଯୁବତୀମାନେ ତାଙ୍କୁ କହିଥିଲେ। ଏସବୁ ଘଟଣା ଗତ ୬ ମାସର ବୋଲି କୁହାଯାଉଛି। ଏପରିକି ବିଶ୍ୱକପ୍‌ ବେଳେ ମଧ୍ୟ ସେ କିଛି ଯୁବତୀଙ୍କ ସହିତ ସଂପର୍କରେ ଥିଲେ।

ସୂଚନାଯୋଗ୍ୟ, ଇମାମ୍ ଉଲ ହକ୍ ହେଉଛନ୍ତି ପାକିସ୍ତାନ ଟିମ୍‌ର ପୂର୍ବତନ କ୍ୟାପଟେନ୍ ଇଞ୍ଜମାମ୍ ଉଲ୍ ହକ୍‌ଙ୍କ ପୁତୁରା। ଦଳରେ ସ୍ଥାନ ପାଇବା ବେଳେ ଇମାମ୍‌ଙ୍କୁ ନେଇ ବିବାଦ ଦେଖାଦେଇଥିଲା। କାରଣ ଇମାମ୍‌ ଯେତେବେଳେ ଦଳରେ ସ୍ଥାନ ପାଇଥିଲେ ସେତେବେଳେ ଇଞ୍ଜାମାମ୍ ମୁଖ୍ୟ ଚୟନକର୍ତା ଥିଲେ।

୨୦୧୭ ଅକ୍ଚୋବରରେ ପାକିସ୍ତାନ ପକ୍ଷରୁ ପ୍ରଥମ ଦିନିକିଆ ଖେଳିଥିଲେ ଇମାମ୍‌। ସେ ଟେଷ୍ଟ୍ ଓ ଟି-ଟ୍ୱେଣ୍ଟି ବି ଖେଳିଛନ୍ତି।