Advertisment

ପାକିସ୍ତାନ ଟିମକୁ ଫେରିବାକୁ ଅମୀର ଆଶାବାଦୀ

ଫୈସଲାବାଦ: ପାକିସ୍ତାନ ଦଳକୁ ଫେରିବେ ସ୍ପଟ ଫିକ୍ସିଂ ନେଇ ବାସନ୍ଦ ହୋଇଥିବା ଦ୍ରୁତ ବୋଲର ମହମ୍ମଦ ଅମୀର। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ସେ ଖେଳିପାରନ୍ତି। ଏ ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଦଳକୁ ଫେରିବାର ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟଯେ ପାକିସ୍ତାନର ଏହି ୨୩ ବର୍ଷୀୟ ଦ୍ରୁତବୋଲର ୨୦୧୦ରେ ସ୍ପଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦ ଅବଧି […]

ପାକିସ୍ତାନ ଟିମକୁ ଫେରିବାକୁ ଅମୀର ଆଶାବାଦୀ

Amir

Advertisment

ଫୈସଲାବାଦ: ପାକିସ୍ତାନ ଦଳକୁ ଫେରିବେ ସ୍ପଟ ଫିକ୍ସିଂ ନେଇ ବାସନ୍ଦ ହୋଇଥିବା ଦ୍ରୁତ ବୋଲର ମହମ୍ମଦ ଅମୀର। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ସେ ଖେଳିପାରନ୍ତି। ଏ ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଦଳକୁ ଫେରିବାର ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟଯେ ପାକିସ୍ତାନର ଏହି ୨୩ ବର୍ଷୀୟ ଦ୍ରୁତବୋଲର ୨୦୧୦ରେ ସ୍ପଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦ ଅବଧି ଶେଷ ହୋଇ ନଥିବା ବେଳେ ଗତବର୍ଷ ସେପ୍ଟମ୍ବର ୨ରେ  ତାଙ୍କୁ ଘରୋଇ ମ୍ୟାଚ ଖେଳିବାକୁ ଅନୁମତି ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ଏହି ବ୍ୟାନକୁ ପୂରାପୂରି ଉଠାଇ ନେଇଥିଲା ଆଇସିସି।

ଗତ ସୋମବାର ଖେଳା ଯାଇଥିବା ଏକ ମ୍ୟାଚରେ ସେ ରାଓଲପିଣ୍ଡି ରାମସ୍ ପକ୍ଷରୁ ଗୋଟିଏ ୱିକେଟ୍ ନେଇଥିଲେ।

Advertisment

ଗତମାସରେ ଖେଳା ଯାଇଥିବା ପାଟ୍ରୋନ ଟ୍ରଫିରେ ସେ ୨୨ଟି ୱିକେଟ୍ ନେଇଥିଲେ। ପାଟ୍ରୋନ ଟ୍ରଫି ହେଉଛି ପାକିସ୍ତାନର ଘରୋଇ ଫାଷ୍ଟ୍ କ୍ଲାସ କ୍ରିକେଟରୁ ଗୋଟିଏ ସ୍ତର କମ୍। ଆଇସିସିର ବ୍ୟାନ ଉଠିବା ପରେ କ୍ରିକେଟକୁ ଏହା ଥିଲା ଅମୀରଙ୍କ ଦମଦାର ପ୍ରତ୍ୟାବର୍ତ୍ତନ।

ବାସନ୍ଦ ଅବିଧି ଶେଷ ହେବା ପୂର୍ବରୁ ଅମୀରଙ୍କୁ ଘରୋଇ ମ୍ୟାଚ ଖେଳିବାକୁ ଅନୁମତି ଦେବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ହିଁ ଆଇସିସିକୁ ଅନୁରୋଧ କରିଥିଲା। ଏଣୁ ଜାତୀୟ ଟିମକୁ ତାଙ୍କୁ ଫେରାଇ ଆଣିବାକୁ ପିସିସି ଚାହିଁବ ବୋଲି ଆଶା କରାଯାଉଛି।

୨୦୧୦ରେ ବାସନ୍ଦ ହେବା ପୂର୍ବରୁ ମହମ୍ମଦ ଅମୀର ଟେଷ୍ଟରେ ୫୧ଟି ୱିକେଟ,ଦିନିକିଆରେ ୨୫ଟି ଓ ଟି-୨୦ରେ ୨୩ଟି ୱିକେଟ ଅକ୍ତିଆର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe