Advertisment

T20 World Cup: ଟଙ୍କା ପାଇଁ ବଙ୍କା ପାକିସ୍ତାନ

ଶେଷରେ ଟଙ୍କା ପାଇଁ ବଙ୍କା ହୋଇଗଲା ପାକିସ୍ତାନ ଆଉ ରାଜି ହେଲା ଭାରତ ସହ ଖେଳିବ କ୍ରିକେଟ୍ ମ୍ୟାଚ। କଲମ୍ବୋରେ ଆୟୋଜିତ ହେବାକୁ ଆଇସିସି ଟି ଟ୍ବେଣ୍ଟି ଓ୍ବାଲଡ୍ କପ୍ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି ପାକିସ୍ତାନ।

author-image
OR Desk
PK

ସରେଣ୍ଡର କଲା ପାକିସ୍ତାନ। ରୁଟି ଖାଇବାକୁ ପଇସା ନଥିବା ଦେଶ କହୁଛି ବଡ଼ ବଡ଼ କଥା। କିଛି ଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜେ ଭିକ ମାଗୁଥିବା କଥା କହୁଥିଲେ। ସେ ଓ ସେନା ମୁଖ୍ୟ ମୁନିର କେମିତି ଦେଶ ଦେଶ ବୁଲି ଭିକ ମାଗୁଥିଲେ। ହେଲେ ଏବେ ବଡ଼ ବଡ଼ କଥା କହୁଛି ସେହି ଦେଶ । ଶେଷରେ ଟଙ୍କା ପାଇଁ ବଙ୍କା ହୋଇଗଲା ପାକିସ୍ତାନ ଆଉ ରାଜି ହେଲା ଭାରତ ସହ ଖେଳିବ କ୍ରିକେଟ୍ ମ୍ୟାଚ। କଲମ୍ବୋରେ ଆୟୋଜିତ ହେବାକୁ ଆଇସିସି ଟି ଟ୍ବେଣ୍ଟି ଓ୍ବାଲଡ୍ କପ୍ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି ପାକିସ୍ତାନ। ତେବେ ପାକିସ୍ତାନ ରାଜି ହେବା ପଛରେ ରହିଛି ଭାରତ ପାକିସ୍ତାନ ହାଇଭୋଲଟ୍ ମ୍ୟାଚରୁ ମିଳୁଥିବା ଇନକମ୍। ଏହି ମ୍ୟାଚରେ 1560 କୋଟି ଟଙ୍କା ଅର୍ଥାତ 174 ମିଲିୟନ୍ ଡଲାର ଆୟ ପାଇଁ ଲକ୍ଷ ରଖିଛି ICC । ତେବେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ନହେଲେ ଆଇସିସି 250 ମିଲିୟନ ଡଲାର କ୍ଷତି ସହିବ। ଏହାଦ୍ବାର ପାକିସ୍ତାନ କ୍ରିକେଟ୍ ବୋର୍ଡର ଇନକମ ବିଶେଷ ଭାବେ ପ୍ରଭାବିତ ହେବ । ଯଦି ଏଭଳି ହୁଏ ତେବେ ଆଇସିସି ପାକିସ୍ତାନ କ୍ରିକେଟ୍ ବୋର୍ଡର 80 ପ୍ରତିଶତ ଟଙ୍କା କାଟିପାରେ। 

Advertisment

ବାଂଲାଦେଶ କ୍ରିକେଟ୍ ବୋର୍ଡ ନାଟ ଲଗାଇଲା ଆଉ ଫଳ ଭୋଗିଲା ପାକିସ୍ତାନ। ଭାରତରେ ତାଙ୍କ କ୍ରିକେଟରଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବାଙ୍ଗାଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ତାଙ୍କ ଟିମକୁ ଖେଳିବାକୁ ମନା କରିଦେଲା । ବାଂଲା ଦେଶ କ୍ରିକେଟ୍ ବୋର୍ଡ କହିଲା ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେଉ। ଏହାପରେ ଆଇସିସି ଏହାକୁ ଦୃଢ଼ ନିନ୍ଦା କଲା। ତା ପରେ ବାଂଲାଦେଶକୁଟି ଟ୍ବେଣ୍ଟି ବିଶ୍ୱକପରୁ ବାହାର କରିଦିଆଗଲା। ବାଂଲାଦେଶ ବଦଳରେ ଆଇସିସି ସ୍କଟଲ୍ୟାଣ୍ଡକୁ ଖେଳିବାକୁ ଅନୁମତି ଦେଲା। 

ପାକିସ୍ତାନର ପ୍ରଧାନମନ୍ତ୍ରୀ ତୁରନ୍ତ ଘୋଷଣା କରିଦେଲେ ଯେ ଆମେ ବାଂଲାଦେଶର ସାଥିରେ ଛିଡା ହେଉଛୁ। ଆଗାମୀ 15 ତାରିଖରେ ହେବାକୁ ଥିବା ଭାରତ - ପାକିସ୍ତାନ ମ୍ୟାଚକୁ ବର୍ଜନ କରୁଛୁ। ତେବେ ପିସିବିର କୌଣସି ପରାମର୍ଶ ନ ନେଇ ଶରିଫ ଏହି ଘୋଷଣା କରିଦେଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଦେଖିଲା ଏମିତି ହେବା ଫଳରେ ପିସିବି କୋଟି କୋଟି ଟଙ୍କାର କ୍ଷତି ସହୁଛି। ଏହାପରେ ଶରିଫ ବାଟ ବାହାର କଲେ କହିଲେ ଆମକୁ ଅନ୍ତର୍ଜାତୀୟ ସଙ୍ଗଠନ ଅନୁରୋଧ କରୁଛନ୍ତି ଖେଳିବା ପାଇଁ ସେଥିପାଇଁ ଆମେ ନିଷ୍ପତ୍ତି ବଦାଉଛି ଆଉ ଭାରତ ସହ ଖେଳିବୁ।

Advertisment

ସେପଟେ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନକୁ ଅନୁରୋଧ କରିଥିବା ଶରିଫ କହିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫଙ୍କ ସହ ଆଲୋଚନା କରିଥିଲେ। ଭାରତ ପାକିସ୍ତାନ ଏକ ହାଇ ଭୋଲଟେଜ୍ ମ୍ୟାଚ ହୋଇଥିବା ଯୋଗୁ ଏହାକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ଲୋକ କଲମ୍ବୋ ଯିବେ ଏହା ଦ୍ୱାରା ଶ୍ରୀଲଙ୍କାର ପର୍ଯ୍ୟଟନ ବଢିବ।ଶ୍ରୀଲଙ୍କା ବି ବେଶ୍ ଦି ପଇସା ରୋଜଗାର କିରପାରିବ । ତେଣୁ ଶ୍ରୀଲଙ୍କା ପାକିସ୍ତାନକୁ ଏହି ମ୍ୟାଚ ଖେଳିବା ପାଇଁ ଅନୁରୋଧ କରିଥିଲା।

ଏପିରକି କୌଣସି କ୍ରିକେଟ୍ ଟିମ୍ ଯେତେବେଳେ ପାକିସ୍ତାନକୁ ଖେଳିବାକୁ ଯାଉନଥିଲେ ସେତେବେଳେ ଶ୍ରୀଲଙ୍କା ତା ଟିମ୍ ପାକିସ୍ତାନକୁ ପଠାଇଥିବା କଥା ମନେ ପକାଇଦେଇଥିଲା। ଏହି କାରଣରୁ ଶ୍ରୀଲଙ୍କା ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଅନୁରୋଧ କରିଥିଲା। ହେଲେ ପ୍ରକୃତ ସତ କଥା ହେଇଛି ପାକିସ୍ତାନ ହରାଉଥିବା କୋଟି କୋଟି ଟଙ୍କା। ଗୋଟିଏ କାଙ୍ଗାଳ ଦେଶ ପାଇଁ ଏତେ ବଡ଼ ଆମାଉଣ୍ଟର ଅନେକ ମାଇନା ରଖେ।