Advertisment

ପାକିସ୍ତାନର ଅପେକ୍ଷା ଶେଷ: ମେ’ରେ ଆସିବ ଜିମ୍ବାୱେ

ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟ ପ୍ରେମୀ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ବହୁତ ଭଲ ଖବର। ୬ ବର୍ଷର ବ୍ୟବଧାନ ପରେ ଆସନ୍ତା ମେ’ ମାସରେ ପାକିସ୍ତାନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମ୍ୟାଚ୍। କାରଣ ପାକିସ୍ତାନ ଗସ୍ତରେ ଆସିବାକୁ ହଁ ଭରିଛି ଜିମ୍ବାୱେ। ଜିମ୍ବାୱେ କ୍ରିକେଟର ଅଧ୍ୟକ୍ଷ ଡବ୍ଲୁ୍ୟ ମାନାସେ ଏ ନେଇ ପାକିସ୍ତାନକୁ ସ୍ପଷ୍ଟ କରିଛନ୍ତି। ଏହା ସହିତ ଟ୍ୱିଟ୍ କରିବି ସେ ଏ କଥା ଜଣାଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ […]

Gudguda waterfall

Advertisment

ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟ ପ୍ରେମୀ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ବହୁତ ଭଲ ଖବର। ୬ ବର୍ଷର ବ୍ୟବଧାନ ପରେ ଆସନ୍ତା ମେ’ ମାସରେ ପାକିସ୍ତାନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମ୍ୟାଚ୍। କାରଣ ପାକିସ୍ତାନ ଗସ୍ତରେ ଆସିବାକୁ ହଁ ଭରିଛି ଜିମ୍ବାୱେ। ଜିମ୍ବାୱେ କ୍ରିକେଟର ଅଧ୍ୟକ୍ଷ ଡବ୍ଲୁ୍ୟ ମାନାସେ ଏ ନେଇ ପାକିସ୍ତାନକୁ ସ୍ପଷ୍ଟ କରିଛନ୍ତି। ଏହା ସହିତ ଟ୍ୱିଟ୍ କରିବି ସେ ଏ କଥା ଜଣାଇଛନ୍ତି।

Advertisment

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ ଜିମ୍ବାୱେର ସହମତି ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇଛି। ପିସିବି ପକ୍ଷରୁ କୁହାଯାଇଛି ଯେ ମେ’ ୧୯ ତାରିଖରେ ଜିମ୍ବାୱେ ଟିମ୍ ପାକିସ୍ତାନରେ ପହଞ୍ଚିବ। ଏହି ଗସ୍ତ କାଳରେ ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ମେ’୨୨ ତାରିଖରେ ଖେଳାଯିବ। ଦ୍ୱିତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ହେବ ମେ’୨୪ ତାରିଖରେ। ସେହିପରି ମେ’୨୬, ୨୯ ଓ ୩୧ରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ।

୨୦୦୯ ମାର୍ଚ୍ଚ ମାସରୁ ପାକିସ୍ତାନ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିପାରିନାହିଁ। ଶ୍ରୀଲଙ୍କାର କ୍ରିକେଟ ଟିମ୍ ଉପରେ ଆତଙ୍କବାଦୀମାନେ ହମଲା କରିବା ପରେ କ୍ରିକେଟ ଖେଳୁଥିବା କୌଣସି ଦେଶ ପାକିସ୍ତାନ ଯିବା ପାଇଁ ରାଜି ହୋଇନଥିଲେ।
ଏହି ୬ ବର୍ଷ ମଧ୍ୟରେ ପାକିସ୍ତାନ ଘରୋଇ ଫିଲ୍ଡରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଆୟୋଜନ କରିବାକୁ ପ୍ରୟାସ କରିଥିଲେ ହେଁ ସଫଳ ହୋଇନଥିଲା। ଶ୍ରୀଲଙ୍କାର ଖେଳାଳିଙ୍କ ଉପରେ ଆକ୍ରମଣ ହେବା ପରଠାରୁ ଆଇସିସି ସମେତ ଅନ୍ୟ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାକିସ୍ତାନକୁ ବିପଦର ଦେଶ ଭାବେ ପରିଗଣିତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe