Advertisment

ନିଆରା ଢଙ୍ଗରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ଜାପାନ ଗସ୍ତ କରିସାରିଛନ୍ତି। ଏହି ଅବସରରେ ଭାରତୀୟ ଖେଳାଳିଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି। ଏହି କ୍ରମରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ଅଲମ୍ପିକ ଖେଳାଳିଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଯାଇଛି। ନୂତନ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତ ସାହାଣୀ କୋଭିଡ୍ #CHEER4INDIA ଜରିଆରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଂଗଠନ ଦ୍ୱାରା ଜିଲ୍ଲାର ୪ […]

ନିଆରା ଢଙ୍ଗରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା

cheer-for-india

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ଜାପାନ ଗସ୍ତ କରିସାରିଛନ୍ତି। ଏହି ଅବସରରେ ଭାରତୀୟ ଖେଳାଳିଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି। ଏହି କ୍ରମରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ଅଲମ୍ପିକ ଖେଳାଳିଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଯାଇଛି। ନୂତନ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତ ସାହାଣୀ କୋଭିଡ୍ #CHEER4INDIA ଜରିଆରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ସଂଗଠନ ଦ୍ୱାରା ଜିଲ୍ଲାର ୪ ଖେଳାଳ ଯଥା ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓ ଅମିତ ରୋହି ଦାସଙ୍କ ଫଟୋକୁ ନେଇ #CHEER4INDIA ଲେଖା ଥିବା ବିଭିନ୍ନ ପ୍ରକାର ଷ୍ଟାଣ୍ଡି ଓ ଆପ ମାଧ୍ୟମରେ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳତା କାମନା କରିଛନ୍ତି। ଭାରତରୁ ବିଭିନ୍ନ କ୍ରୀଡ଼ାରୁ ଅଲମ୍ପିକକୁ ଯାଇଥିବା ୧୨୫ ଜଣ କ୍ରୀଡ଼ାବିତ୍ କିପରି ସଫଳତା ଆଣିବେ ଓ ସେମାନଙ୍କର ମନୋବଳ କିପରି ଦୃଢ଼ ହେବ, ଏନେଇ ସଂଗଠନର ସଦସ୍ୟ ମାନେ ପ୍ରତିଯୋଗିତା ଆରମ୍ଭ ହେଲା ପର୍ଯ୍ୟନ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ଜାରି ରଖିବେ ବୋଲି ଉପସଭାପତି ମହେନ୍ଦ୍ର ମିଶ୍ର ଜଣାଇଛନ୍ତି।

publive-image

ଏହା ଖେଳାଳିଙ୍କୁ ପଦକ ଜିତିବାରେ ସହାୟକ ହେବ ବୋଲି କୋଷାଧ୍ୟକ୍ଷ ସୁଚିତ୍ରା ଦାସ କହିଛନ୍ତି। ଆସନ୍ତାକାଲି ସହରର ବିଭିନ୍ନ ଅଞ୍ଚଳରେ ସୁନ୍ଦରଗଡ଼ର ତାରକା ଖେଳାଳିଙ୍କ ଫଟୋ ଚିତ୍ରର ବ୍ୟାନର ଲଗାଯିବ ବୋଲି ସମ୍ପାଦକ ସୁଶାନ୍ତ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ସେହିପରି ଭାରତୀୟ ଖେଳାଳିଙ୍କୁ ଚିୟର୍ ଅପ୍ କରିବା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଦ୍ଵାରା ଆପ୍ ଉନ୍ମୋଚିତ ଲୋଗୋକୁ ପ୍ରତ୍ୟେକ ଖେଳାଳି କିପରି ନିଜ ନିଜ ଫେସବୁକର ଡିପିରେ ରଖିବେ ବୋଲି ଉପଦେଷ୍ଟା ଅରବିନ୍ଦ ଦାସ ଓ କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ କହିଛନ୍ତି।

Advertisment

ସତ୍ୟନାରାୟଣ ପଣ୍ଡା, ବିଜୟ ବଡାଇକ, ନିଖିଲ କଳାକାର ପ୍ରଧାନ, ଶଙ୍କର ଆବୁନି, ଗୋପୀନାଥ ପଣ୍ଡା, ଅଶୋକ ପ୍ରସାଦ, ମେରି ପୂର୍ତ୍ତି, ସୁସ୍ମିତା ଚାରଦିଆ ଓ କସୀମା ତିର୍କୀ ପ୍ରମୁଖ ଭାରତୀୟ ଦଳରେ ଥିବା ସମସ୍ତ ଖେଳାଳୀଙ୍କ ସଫଳତା କାମନା କରିଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe