Advertisment

କାନ୍ଦିଲା କଙ୍ଗାରୁ, ହସିଲା ଟିମ୍ ଇଣ୍ଡିଆ

ସିଡନୀ: ଏକାଧିକ ଖେଳାଳି ଆହତ ଓ ଜାତିବାଦର ଶିକାର ହେବା ପରେ ଟିମ୍ ଇଣ୍ଡିଆ କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଦେଇଛି ଜବରଦସ୍ତ ଜବାବ ଏବଂ ହାରି ଯାଉଥିବା ସିଡନୀ ଟେଷ୍ଟ ମ୍ୟାଚକୁ ଡ୍ର’ କରିଛି। କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟକିପର ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟକୁ ଡ୍ର’ କରିବାରେ ସହାୟକ […]

ଅଦ୍ୟତନ ହୋଇଛି
କାନ୍ଦିଲା କଙ୍ଗାରୁ, ହସିଲା ଟିମ୍ ଇଣ୍ଡିଆ

Cricket TH

Advertisment

ସିଡନୀ: ଏକାଧିକ ଖେଳାଳି ଆହତ ଓ ଜାତିବାଦର ଶିକାର ହେବା ପରେ ଟିମ୍ ଇଣ୍ଡିଆ କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଦେଇଛି ଜବରଦସ୍ତ ଜବାବ ଏବଂ ହାରି ଯାଉଥିବା ସିଡନୀ ଟେଷ୍ଟ ମ୍ୟାଚକୁ ଡ୍ର’ କରିଛି। କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟକିପର ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟକୁ ଡ୍ର’ କରିବାରେ ସହାୟକ ହୋଇଛି। ବିଶେଷ କରି ପନ୍ତଙ୍କ ବିସ୍ଫୋରକ ଇନିଂସ୍ ଏକ ସମୟରେ ଭାରତକୁ ବିଜୟର ଆଶା ଦେଇଥିଲା, କିନ୍ତୁ ତାଙ୍କ ସହ ପୂଜାରାଙ୍କ ଆଉଟ୍ ପରେ ଭାରତ ଡ୍ର’ ପାଇଁ ମ୍ୟାଚ୍ ଖେଳିଥଲା।

Advertisment

ଅଶ୍ୱିନ୍ ଓ ବିହାରୀ କଙ୍ଗାରୁ ଟିମର ଶକ୍ତିଶାଳୀ ‍ବୋଲିଂ ଆଟାକ୍‌କୁ ଉଚିତ୍ ଜବାବ ଦେବା ସହ ଷଷ୍ଠ ୱିକେଟ୍ ପାଇଁ ପାଖାପାଖି ୪୩ ଓଭର ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ। ଫଳରେ ୪୦୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୧୩୧ ଓଭରରେ ୫ ୱିକେଟ୍ ହରାଇ ୩୩୪ ରନ୍ କରିଛି। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୯୭ ରନ୍ ଓ ପୂଜାରା ୭୭ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ବିହାରୀ ୨୩ ଓ ଅଶ୍ୱିନ୍ ୩୯ ରନ୍ କରି ଅପରାଜିତ ରହିଛନ୍ତି। ଏଥିସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ ୧୫ ତାରିଖରୁ ବ୍ରିସବେନ୍‌ରେ ଆରମ୍ଭ ହେବ।

ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୯୮/୨ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେଙ୍କ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା। କିନ୍ତୁ ଆରମ୍ଭରୁ ରାହାଣେ(୪)ଙ୍କୁ ଆଉଟ୍ କରି ନାଥନ ଲିୟନ୍ ଭାରତର ଆଶାକୁ କ୍ଷୀଣ କରିଦେଇଥିଲେ। ହେଲେ ଅଷ୍ଟ୍ରେଲିଆର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ ପୂଜାରା ଓ ପନ୍ତ। ପ୍ରଥମ ଇନିଂସରେ ଆହତ ହୋଇଥିବା ପନ୍ତ ଆଜି ବିହାରୀ ବଦଳରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।

Advertisment

କ୍ରିଜକୁ ଆସିବା ମାତ୍ରକେ ପନ୍ତ ନିଜର ସ୍ୱାଭାବିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ଖେଳୁଥବା ବେଳେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ପନ୍ତ ଓ ପୂଜାରା ଚତୁର୍ଥ ୱିକେଟ୍ ପାଇଁ ୧୪୮ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ଏହି ଭାଗିଦାରୀ ହିଁ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭାରତର ସ୍କୋର ୨୫୦ ଥିବା ବେଳେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ ହରାଇ ବସିଥିଲେ ଏବଂ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

ପନ୍ତ ୧୧୮ ବଲରେ ୧୨ ଚୌକା ଓ ୩ ଛକା ସହ ୯୭ ରନ୍ କରି ଲିୟନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପୂଜାରା ଓ ବିହାରୀ ପାଖାପାଖି ୯ ଓଭର ବ୍ୟାଟିଂ କରି ଆଉ ଏକ ଭଲ ଭାଗିଦାରୀ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ଘରୋଇ ଦଳର ପେସର୍ ଜୋଶ ହେଜଲଉଡ୍‌ଙ୍କ ବଲରେ ପୂଜାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ପୂଜାରା ୨୦୫ ବଲରେ ୧୨ ଚୌକା ସହ ୭୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ପୂଜାରାଙ୍କ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ବିଜୟ ଆଶା ଉଜ୍ଜୀବିତ ହୋଇଥିବା ବେଳେ ଭାରତ ବ୍ୟାକ୍‌ଫୁଟ୍‌କୁ ଚାଲିଆସିଥିଲା। ଏହିଠାରୁ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ମ୍ୟାଚ୍ ବଞ୍ଚାଇବା ପାଇଁ ପ୍ରାୟ ୪୩ ଓଭର ଖେଳିବାକୁ ଥିଲା। କ୍ରିଜରେ ବିହାରୀଙ୍କୁ ସାଥ୍ ଦେଇଥିଲେ ଅଶ୍ୱିନ୍, ଯିଏ ପୂରା ସିରିଜରେ ବ୍ୟାଟିଂରେ ଫେଲ୍ ମାରିଥିଲେ। ଉଭୟେ ବିହାରୀ ଓ ଅଶ୍ୱିନ୍ କଙ୍ଗାରୁ ବୋଲରଙ୍କୁ ୱିକେଟ୍ ନେବା ପାଇଁ ନୟାନ୍ତ କରିଥିଲେ। ଅଷ୍ଟ୍ରେଲିଆ ମଧ୍ୟ ସବୁ ରଣନୀତି ଆପଣାଇଥିଲେ ହେଁ ଭାରତର ଏହି ଯୋଡ଼ିକୁ ଭାଙ୍ଗିପାରିନଥିଲେ। ଦୁହେଁ ୪୨.୪ ଓଭର ବ୍ୟାଟିଂ କରି ୬୨ ରନ୍‌ର ପାର୍ଟନରଶିପ୍ କରି ଭାରତକୁ ପରାଜୟରୁ ରକ୍ଷା କରିବା ସହ ମ୍ୟାଚକୁ ଚିରାଚରିତ ଢଙ୍ଗରେ ଡ୍ର’ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ଓ ଲିୟନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରିଥିବା ବେଳେ ଭାରତ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱିତିୟ ଇନିଂସରେ ୬ ୱିକେଟ ହରାଇ ୩୧୨ ରନ୍ କରି ଭାରତକୁ ୪୦୭ ରନର ଟାର୍ଗେଟ୍ ଦେଇଥିଲା।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe