Rishabh Pant
ଷ୍ଟାର ଇଣ୍ଡିଆ ବ୍ୟାଟର ଋଷଭ ପନ୍ତଙ୍କ ଗୋଟିଏ ଫଟୋ ଏବେ ସାମ୍ନାକୁ ଆସିଛି। ଗତବର୍ଷ ଡିସେମ୍ବରରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏବେ ସେ ଧୀରେଧୀରେ ଆରୋଗ୍ୟ ହେଉଥିବା ଜଣାପଡ଼ିଛି। ପନ୍ତ ମଧ୍ୟ ଫଟୋ ଜାରି କରି କେମିତି ଆଶାବାଡ଼ି ଧରି ଚାଲୁଛନ୍ତି ଓ ଛିଡ଼ା ହେଉଛନ୍ତି, ସେକଥା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି।
ସେ ଫଟୋ ଟ୍ୱିଟ କରିବା ସହ ଲେଖିଛନ୍ତି ଯେ “ୱାନ ଷ୍ଟେପ ଫରୱାର୍ଡ, ୱାନ ଷ୍ଟେପ ଷ୍ଟ୍ରଙ୍ଗର, ୱାନ ଷ୍ଟେନ ବେଟର।” ତାଙ୍କ ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି। ସେ ସୁସ୍ଥ ହେଉଥିବାରୁ ଏପରି ଟ୍ୱିଟ କରିଥିବା ଫ୍ୟାନ୍ସ କହିବାରେ ଲାଗିଛନ୍ତି। ଏଥିସହ କିଛି ଫ୍ୟାନ୍ସ ତୁରନ୍ତ ପନ୍ତ କେମିତି ସୁସ୍ଥ ହୋଇ ପଡ଼ିଆକୁ ଓହ୍ଲାଇବେ, ସେନେଇ ମଧ୍ୟ ପ୍ରାର୍ଥନା କରିଛନ୍ତି।
ଡିସେମ୍ବର ୩୦ ତାରିଖରେ ଉତ୍ତରାଖଣ୍ଡର ରୁର୍କୀରେ ପନ୍ତଙ୍କ କାର୍ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ ପନ୍ତଙ୍କ କାର୍ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ସେ ଉତ୍ତରାଖଣ୍ଡର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଏହାପରେ ତାଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ଅଣାଯାଇଥିଲା। ଜାନୁଆରୀ ମାସରେ ଲିଗାମେଣ୍ଟ ସମସ୍ୟାର ସମାଧାନ ପାଇଁ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା। ଏବେ ଅସ୍ତ୍ରୋପଚାର ପରେ ପନ୍ତଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ପନ୍ତ ଆଶାବାଡ଼ି ଧରି ଚାଲୁଥିବା ଦେଖିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676039013.jpg)