Advertisment

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥଲଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ପ୍ରମୋଦ ଭଗତ।

Pramod Bhagat

Pramod Bhagat

Advertisment

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ। ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥଲଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି। ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍‌ ଜିତିବାର କୃତିତ୍ତ୍ୱ ହାସଲ କରିଛନ୍ତି। 

Advertisment

ଚଳିତ ବର୍ଷ ଥାଇଲାଣ୍ଡରେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଖେଳାଯାଉଛି। ଆଜି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ ଥିଲା। ଫାଇନାଲ ଲଢେଇ ଇଂଲଣ୍ଡର ବେଥଲ ଏବଂ ପ୍ରମୋଦ ଭଗତଙ୍କ ମଧ୍ୟରେ ହୋଇଥିଲା। ଉଭୟଙ୍କ ମଧ୍ୟରେ ୧ ଘଣ୍ଟା ୪୦ ମିନିଟର ଲମ୍ୱା ମ୍ୟାଚ୍ ଦେଖିବାକୁ ମିଳିଥିଲା। 

ପ୍ରଥମ ସେଟରେ ପରାଜିତ ହୋଇଥିଲେ ପ୍ରମୋଦ ଭଗତ। ବେଥଲ ପ୍ରଥମ ସେଟକୁ ୨୧-୧୪ରେ ଜିତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ସେଟରେ କମ୍ ବ୍ୟାକ୍ କରିଥିଲେ ଭଗତ। ସେ ଉଭୟ ସେଟରେ ୨୧-୧୫ ଏବଂ ୨୧-୧୪ରେ ବିଜୟୀ ହୋଇ ସ୍ୱର୍ଣ୍ଣ ଜିତିଛନ୍ତି। 

Advertisment
Badminton Badminton Championships World Para-Badminton Championships Pramod Bhagat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe