Advertisment

ଭାରତକୁ ଶକ୍ତ ଧକ୍କା; ପ୍ରମୋଦ ଭଗତ ସସ୍‌ପେଣ୍ଡ

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ । ୧୮ ମାସ ପାଇଁ ପ୍ରମୋଦଙ୍କୁ ସସ୍‌ପେଣ୍ଡ କଲା ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ ।

author-image
Niharika Rout
ଅଦ୍ୟତନ ହୋଇଛି
Pramod Bhagat

Pramod Bhagat

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍‌ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ।

Advertisment

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି। ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇପାରିବେନି ପ୍ରମୋଦ ଭଗତ।

୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ। ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି।

Advertisment

ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି। ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି।  

ପ୍ରମୋଦ ଭଗତଙ୍କ ସଫଳତା ଏବଂ କ୍ରୀଡା ପ୍ରତି ଉତ୍ସର୍ଗୀକୃତ ଭାବନା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି। ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ରେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନିଜ କ୍ୟାରିଅରରେ ସେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ବିଜୟ ପାରା-ବ୍ୟାଡମିଣ୍ଟନରେ ଭାରତର ଶକ୍ତିକୁ ସୂଚିତ କରିଛି । ପାରାଅଲିମ୍ପିକ୍ସରେ ସଫଳତା ବ୍ୟତୀତ ଭାଗବତ ବିଶ୍ୱ ଚାମ୍ପିୟନସିପ ଏବଂ ଏସିଆନ୍ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 

ବିଶ୍ୱ ସ୍ତରରେ ପାରା-ବ୍ୟାଡମିଣ୍ଟନରେ ଭାରତର ସମ୍ମାନ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ନିଲମ୍ବିତ ହେବା ଘଟଣା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି।

Pramod Bhagat