Advertisment

ୱାର୍ଲ୍ଡ ଡ୍ୱାର୍ଫ ଗେମ୍ସ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଭେଟି ଦେଲେ ପାରାଅଲିମ୍ପିକ୍ ଆଥଲେଟ୍ ମାର୍କ ଧର୍ମାଇ

ଭାରତୀୟ କ୍ରୀଡା କ୍ଷେତ୍ରର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲ୍ଡ ଡ୍ୱାର୍ଫ ଗେମ୍ସରେ ପାରାଅଲିମ୍ପିକ୍ ଆଥଲେଟ୍ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ।

ଅଦ୍ୟତନ ହୋଇଛି
Mark Dharmai

Mark Dharmai

Advertisment

ଭାରତୀୟ କ୍ରୀଡା କ୍ଷେତ୍ରର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲ୍ଡ ଡ୍ୱାର୍ଫ ଗେମ୍ସରେ ପାରାଅଲିମ୍ପିକ୍ ଆଥଲେଟ୍ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ। ଜର୍ମାନୀରେ ଆୟୋଜିତ ବିଶ୍ୱ ଡ୍ୱାର୍ଫ ଗେମ୍ସରେ ପ୍ରଥମ କରି ଭାରତ ସ୍ୱର୍ଣ୍ଣ ପଦକ ଜିତିବାରେ କୃତ୍ତ୍ୱିତ୍ୱ ହାସଲ କରିଛି।

Advertisment

ବୋସ୍କିୟା(ଡବଲ୍ସ) ପ୍ରତିଯୋଗିତାରେ ମାର୍କ ଧର୍ମାଇ ଭାରତକୁ ଏହି ବିଜୟ ଭେଟି ଦେଇଛନ୍ତି। ଆଉ କ୍ରୀଡା କ୍ଷେତ୍ର ଜଗତର ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖି ଦେଇଛନ୍ତି। ଏହି ବିଜୟ ସହ ବିଶ୍ୱ ଡ୍ୱାର୍ଫ ଗେମ୍ସରେ ଭାରତର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି। ଧର୍ମାଇ ମଧ୍ୟ ଏହି ପ୍ରତିଯୋଗିତାରେ ଆହୁରି ଚାରିଟି ପଦକ ହାସଲ କରିବାର ସଫଳତା ପାଇଛନ୍ତି।

ସେ ଡିସ୍କସ୍ ଥ୍ରୋ, ବ୍ୟାଡମିଣ୍ଟନ୍ (ଡବଲ୍ସ), ବ୍ୟାଡମିଣ୍ଟନ୍ (ସିଙ୍ଗଲ୍ସ) ଏବଂ ଜାଭେଲିନ୍ ଥ୍ରୋରେ ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ବିଶ୍ୱ ଡ୍ୱାର୍ଫ ଗେମ୍ସରେ 22ଟି ଦେଶର 505 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ଚମକଦାର୍ ପ୍ରଦର୍ଶନ କରି ବିଶ୍ୱକୁ ଶତମୁଖ କରିଛନ୍ତି ପ୍ରତିଯୋଗୀମାନେ। ସେମାନଙ୍କ ମଧ୍ୟରୁ ମାର୍କ ଧର୍ମାଇ ଅନ୍ୟତମ।

Advertisment

ମୁମ୍ବାଇ ବାନ୍ଦ୍ରାର ଅଧିବାସୀ ମାର୍କ ଧର୍ମାଇ ପ୍ରଥମ କରି ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ତାଙ୍କର ଏହି ସଫଳତା ପରେ ବାନ୍ଦ୍ରା ଜିମଖାନା ତାଙ୍କୁ ଲାଇଫଟାଇମ୍ ମେମ୍ବରସିପ୍ ଅର୍ଥାତ୍ ଆଜୀବନ ସଦସ୍ୟତା ପ୍ରଦାନ କରିଛି। ବାନ୍ଦ୍ରା ଜିମଖାନାରେ ଧର୍ମାଇ ନିୟମିତ ଅଭ୍ୟାସ କରନ୍ତି। 

Paralympic Athlete Mark Dharmai World Dwarf Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe