Advertisment

ଆଜିଠୁ ଆରମ୍ଭ ହେବ ପାରାଲିମ୍ପିକ୍ସ, ଭାଗ ନେବେ ୪୪୦୦ ଭିନ୍ନକ୍ଷମ ଖେଳାଳି

ସାରା ବିଶ୍ୱର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା ହେବ।

Paralympics Games Paris 2024

Paralympics Games Paris 2024

Advertisment

ଆଜିଠୁ ଆରମ୍ଭ ହେଉଛି ପାରାଲିମ୍ପିକ୍ସ । ସାରା ବିଶ୍ୱର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା ହେବ। ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।

Advertisment

ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ।

ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ୱର୍ଣ୍ଣ ଦୌଡ଼ରେ ରହିବେ। ଏଥରର ପାରାଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ।

Advertisment

ଗତ ସଂସ୍କରଣରେ ଭାରତ ୫ ସ୍ୱର୍ଣ୍ଣ ସହ ରେକର୍ଡ ୧୯ ପଦକ ଜିତି ୨୪ ତମ ସ୍ଥାନରେ ରହିଥିଲା। ଏଥର ଭାରତ ଅଧିକ ପଦକ ଜିତିବାର ଆଶା ରହିଛି।

Paris Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe