Advertisment

ପ୍ୟାରିସ ଅଲିମ୍ପିକ୍ସ: ନିରାଶ କଲେ ସିନ୍ଧୁ

ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
pv-sindhu

pv-sindhu

ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ହାସଲ ସ୍ୱପ୍ନ ଚୁରମାର ହୋଇଯାଇଛି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ଫଳରେ ଅଲିମ୍ପିକ୍ସରେ ସିନ୍ଧୁଙ୍କ ହ୍ୟାଟ୍ରିକ୍‌ ପଦକ ସ୍ୱପ୍ନ ଭାଙ୍ଗିଯାଇଛି।

Advertisment

ପ୍ୟାରିସ୍‌ ଅଲମ୍ପିକ୍ସରେ ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ୧୯-୨୧ ଓ ୧୪-୨୧ରେ ମ୍ୟାଚ ହାରି ଯାଇଛନ୍ତି।

ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଶଟଲର ଭାବେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ମାତ୍ର ଏଥର ତାଙ୍କ ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଏହା ଭାରତୀୟଙ୍କୁ ନିରାଶ କରିଛି।

Advertisment

ଏନେଇ ୨୯ ବର୍ଷୀୟ ସିନ୍ଧୁ କହିଛନ୍ତି, ମୋର ସାମାନ୍ୟ କିଛି ତ୍ରୁଟି ପାଇଁ ମୋତେ ହାରର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଏଥିପାଇଁ ମୁଁ ମୋର ସର୍ବୋତ୍ତମ ଦେଇଥିଲି। ଏହାପରେ ବି ଯାହା ହେଲା ତାହା ମୋ’ର ଭାଗ୍ୟ । ଅଲମ୍ପିକ୍‌ରେ ମେଡାଲ ଜିତିବା ଆଶାରେ ପିଭି ସିନ୍ଧୁ ପ୍ରକାଶ ପାଦୁକୋନଙ୍କ ତତ୍ତ୍ୱାବଧାନରେ ଜର୍ମାନୀରେ ଟ୍ରେନିଂ ନେଉଥିଲେ।

ସମସ୍ତେ ପଦକ ଆଶାରେ କଠିନ ପରିଶ୍ରମ କରିଛନ୍ତି। ଆମେ ବି କରିଛୁ। ଏଥିପାଇଁ ମୁଁ କୌଣସି ପଶ୍ଚିତାପ କରୁନି। କାରଣ ମୁଁ ମୋର ସର୍ବୋକୃଷ୍ଟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି। ଶେଷ ପର୍ଯ୍ୟନ୍ତ ମୁଁ ମୋର ସଂଘର୍ଷ ଜାରି ରଖିଥିଲି। କାରଣ ପ୍ରତି ପଏଣ୍ଟ ପାଇଁ ଆମେ ଦୁହେଁ ପ୍ରବଳ ସଂଘର୍ଷ କରୁଥିଲୁ। ମାତ୍ର ଶେଷରେ ହି ବିଙ୍ଗ ଜିଆଓ ଖେଳ ପରିବର୍ତ୍ତନ କରି ମେଡାଲ ହାତେଇବାରେ ସକ୍ଷମ ହୋଇଥିଲେ।

Olympics Paris Olympics 2024