Advertisment

ପ୍ୟାରିସ ପାରାଲିମ୍ପିକ୍ସ: ବଢିଲା ପଦକ ସଂଖ୍ୟା, ଶୁଟିଂରେ ମିଳିଲା ରୌପ୍ୟ

ପ୍ୟାରିସ୍ ପାରାଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତୀୟ ସୁଟରମାନଙ୍କ ଜଲୱା ଜାରି ରହିଛି।

author-image
Debibandita Barick
Manish Narwal

Manish Narwal

ପ୍ୟାରିସ୍ ପାରାଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତୀୟ ସୁଟରମାନଙ୍କ ଜଲୱା ଜାରି ରହିଛି। ଅବନୀ ଲେଖରା ଏବଂ ମୋନା ଅଗ୍ରୱାଲଙ୍କ ପରେ ମନୀଷ ନରୱାଲ ପଦକ ଜିତିବାରେ ସଫଳ ହୋଇଛନ୍ତି। ମନୀଷ ନରୱାଲ ରୌପ୍ୟ ସହ ଭାରତକୁ ଚତୁର୍ଥ ପଦକ ଭେଟି ଦେଇଛନ୍ତି।

Advertisment

ସେ ପୁରୁଷ 10 ମିଟର ଏୟାର ପିସ୍ତଲ SH1 ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଅବନୀ ଏବଂ ମୋନା, ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ଉଭୟ ଆଥଲେଟ ମଧ୍ୟ ମହିଳା 10 ମିଟର ଏୟାର ରାଇଫଲ SH1 ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ।

ଏହାପରେ ଦୌଡ଼ ପ୍ରତିଯୋଗିତାରେ ପ୍ରୀତି ପାଲ ବ୍ରୋଞ୍ଜ ଜିତିଥିଲେ। ଫଳରେ ଭାରତର ପଦକ ସଂଖ୍ୟା 4ରେ ପହଞ୍ଚିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଥିବାବେଳେ ଦୁଇଟି ବ୍ରୋଞ୍ଜ ରହିଛି। 

Advertisment
Shooting Paris Paralympics Manish Narwal