Advertisment

ପାରାଲିମ୍ପିକ୍ସରେ ଖୋଲିଲା ପଦକ ଖାତା, ଶୁଟିଂରେ ଭାରତକୁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ଦିନରେ ଦୁଇଟି ପଦକ ମିଳିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Avani Lekhara (Middle), Mona Agarwal (Right)

Avani Lekhara (Middle), Mona Agarwal (Right)

ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ ପାରାଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଛି ଭାରତ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ।

Advertisment

ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ମହିଳା 10 ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ଶୁଟର ପଦକ ହାସଲ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ଅବନୀ। 

ଏହା ବ୍ୟତୀତ ଅବନୀ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ମହିଳା ଆଥଲେଟ। ତାଙ୍କ ପୂର୍ବରୁ କୌଣସି ମହିଳା ଆଥଲେଟ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିନଥିଲେ।

Advertisment

ପିଲାଦିନରେ ସଡ଼କ ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ଯାଇଥିଲେ ଅବନୀ। ପ୍ୟାରିସ ପର୍ଯ୍ୟନ୍ତ ତାଙ୍କର ଏ ଯାତ୍ରା ଯେତେ କଷ୍ଟପ୍ରଦ, ସେତେ ପ୍ରେରଣାଦାୟକ ମଧ୍ୟ। 

Mona Agarwal Bronze Gold Avani Lekhara Paris Paralympics