Advertisment

ଭାରତକୁ ଆଉ ଏକ ବ୍ରୋଞ୍ଜ, କୁସ୍ତିରେ ଅମନଙ୍କୁ ମିଳିଲା ପଦକ

ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର୍‌।

author-image
Madhupriya Mistry
Aman Sehrawat

Aman Sehrawat

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି।

Advertisment

ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର୍‌। ସେମିଫାଇନାଲ ମ୍ୟାଚରେ ଜାପାନ ପ୍ରତିଯୋଗୀଙ୍କଠୁ ୦-୧୦ରେ ହାରିଥିଲେ ଅମନ ସେରାୱତ। କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ସେ ଗୌରବ ଆଣିଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଛି। ଯେଉଁଥିରେ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ରହିଛି। କୁସ୍ତିରେ ଭାରତର ଅମନ୍ ସେରାୱତ ବ୍ରୋଞ୍ଜ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସାରା ଭାରତ ଏହି ସଫଳତାର ଉତ୍ସବ ପାଳନ କରୁଛି ବୋଲି ମୋଦି ଲେଖିଛନ୍ତି।

Advertisment
Paris Olympics 2024 Aman Sehrawat