Advertisment

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ, ୨୦୨୮କୁ ଅପେକ୍ଷା

ଅଲିମ୍ପିକ୍ସରେ ଚଳିତ ଥର ଭାରତକୁ ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ମିଳିଛି।

author-image
Niharika Rout
ଅଦ୍ୟତନ ହୋଇଛି
Closing Ceremony

Closing Ceremony

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି। ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ।

Advertisment

ଅଲିମ୍ପିକ୍ସରେ ଚଳିତ ଥର ଭାରତକୁ ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ମିଳିଛି। ୧୬ଟି ଇଭେଣ୍ଟରୁ କେବଳ ୪ଟି କ୍ରୀଡାରେ ଏହି ପଦକ ମିଳିଛି।

ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

Advertisment

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଗତ ୧୭ ଦିନ ଧରି ଚାଲିଥିବା ବିଶ୍ୱର ଏହି ସବୁଠୁ ବଡ଼ କ୍ରୀଡା ଉତ୍ସବ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା। ଏଥିରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେପଟେ ୪୦ ସ୍ୱର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଛି ।

ପରବର୍ତ୍ତୀ ଅଲିମ୍ପିକ୍ସ ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲସରେ ହେବ। ସେପଟେ ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ଆସନ୍ତାକାଲି ରାୟ ଦେବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ । ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟର ପ୍ରୟାସ ଓ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଅଭିଯାନ ପାଇଁ ଏହି କ୍ରୀଡ଼ା-ହିରୋମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋଶାଲ ମିଡିଆରେ ଲେଖିଛନ୍ତି ମୋଦି ।

Paris Olympics 2024 Olympics 2024