Advertisment

ପ୍ୟାରିସ ଅଲିମ୍ପିକ୍ସ: ଆଜି କେତେବେଳେ କେଉଁ ମ୍ୟାଚ୍?

ଇଭେଣ୍ଟର ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କ କେଉଁ ମ୍ୟାଚ୍ ରହିଛି ନଜର ପକାନ୍ତୁ।

author-image
Debibandita Barick
Olympics

Olympics

ପ୍ୟାରିସ ଅଲିମ୍ପିକ୍ସରେ ଶୁଟର ମନୁ ଭାକରଙ୍କ କାଂସ୍ୟ ବିଜୟ ସହ ଭାରତକୁ ମିଳିଛି ପ୍ରଥମ ପଦକ। ଇଭେଣ୍ଟର ତୃତୀୟ ଦିନରେ ଭାରତୀୟ ଖେଳାଳି ଏକାଧିକ ପ୍ରତିଯୋଗିତାରେ ପ୍ରଦର୍ଶନ କରିବେ। ଆଜି ତୀରନ୍ଦାଜୀରେ ଫାଇନାଲ ମ୍ୟାଚ୍ ଥିବାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଇପାରେ। ତେବେ ଆଜି କେତେବେଳେ କେଉଁ ଇଭେଣ୍ଟ ରହିଛି, ନଜର ପକାନ୍ତୁ...

Advertisment

ମ୍ୟାଚ୍ ଓ ସମୟ

  • ବ୍ୟାଡମିଣ୍ଟନ- ପୁରୁଷ ଯୁଗଳ(ଗ୍ରୁପ୍ ପର୍ଯ୍ୟାୟ), ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ/ଚିରାଗ ସେଟ୍ଟୀ- ଦିନ 12ଟା
  • ବ୍ୟାଡମିଣ୍ଟନ- ମହିଳା ଯୁଗଳ(ଗ୍ରୁପ୍ ପର୍ଯ୍ୟାୟ), ତନିଶା କ୍ରାଷ୍ଟୋ/ଅଶ୍ୱିନୀ ପୋନ୍ନାପ୍ପା- ଦିନ 12ଟା
  • ଶୁଟିଂ- 10ମି ଏୟାର ପିସ୍ତଲ ମିକ୍ସ୍ଡଟିମ୍, ସରବଜୋତ ସିଂହ/ମନୁ ଭାକର ଏବଂ ଅର୍ଜୁନ ଚିମା/ରିଦମ ସାଙ୍ଗୱାନ- ଦିନ 12ଟା 45
  • ଶୁଟିଂ- ପୁରୁଷ ଯୋଗ୍ୟତା ମ୍ୟାଚ୍, ପୃଥ୍ୱୀରାଜ ତୋଣ୍ଡାଇମାନ- ଦିନ ଗୋଟଏ
  • ଶୁଟିଂ- ମହିଳା 10ମି ଏୟାର ରାଇଫଲ ଫାଇନାଲ, ରମିତା ଜିନ୍ଦଲ- ଦିନ ଗୋଟାଏ
  • ଶୁଟିଂ- 10ମି ଏୟାର ରାଇଫଲ ଫାଇନାଲ, ଅର୍ଜୁନ ବବୁତା- ଦିନ 3ଟା 30
  • ହକି- ପୁରୁଷ ପୁଲ୍ ବି(ଭାରତ ବନାମ ଆର୍ଜେଣ୍ଟିନା)- ଦିନ 4ଟା 15
  • ତୀରନ୍ଦାଜୀ- ପୁରୁଷ(କ୍ୱାଟର-ଫାଇନାଲ)- ଧୀରଜ ବୋମ୍ମଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଜଗଦେବ- ସନ୍ଧ୍ୟା 6ଟା 31
  • ତୀରନ୍ଦାଜୀରେ ଯଦି ଭାରତ କ୍ୱାଲିଫାଏ କରେ ତେବେ ସନ୍ଧ୍ୟା 7ଟା 17ରେ ସେମି-ଫାଇନାଲ, 8ଟା 18ରେ ବ୍ରୋଞ୍ଜ ମେଡାଲ ଏବଂ 8ଟା 41ରେ ଫାଇନାଲ ମ୍ୟାଚ୍
Paris Olympics 2024 Paris Olympics Olympics Today Match