Advertisment

ପ୍ୟାରିସ ଅଲିମ୍ପିକ୍ସ: ଆଜି ପଦକ ଆଶାରେ ଭାରତ

ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲ ଖେଳିବେ ଭାରତର ରମିତା ଜିନ୍ଦଲ।

Ramita and Arjun

Ramita and Arjun

Advertisment

ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ପଦକ ଆଶା ରହିଛି। ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲ ଖେଳିବେ ଭାରତର ରମିତା ଜିନ୍ଦଲ। ସେହିପରି ମିକ୍ସଡ ଟିମ୍ ପିସ୍ତଲ ଇଭେଣ୍ଟରେ ଦେଖିବାକୁ ମିଳିବ ପଦକ ବିଜେତା ମନୁ ଭାକରଙ୍କୁ।

Advertisment

ପୁରୁଷ ୧୦ ମିଟର ଏୟାର ରାଇଫଲ ସୁଟିଂରେ ଅର୍ଜୁନ ବାବୁତା ଏବଂ ପୁରୁଷ ଟ୍ରାପ୍ କ୍ୱାଲିଫିକେସନରେ ପୃଥ୍ୱୀରାଜ ତନ୍ଦାଇମନଙ୍କ ମ୍ୟାଚ୍ ରହିଛି। ତୀରନ୍ଦାଜୀରେ କ୍ୱାର୍ଟରଫାଇନାଲ ଖେଳିବେ ଭାରତୀୟ ପୁରୁଷ ଦଳ।

ବ୍ୟାଡମିଣ୍ଟନ ସିଙ୍ଗଲସରେ ଲକ୍ଷ୍ୟ ସେନ୍, ପୁରୁଷ ଡବଲ୍ସରେ ରାଙ୍କିରେଡି ଓ ଚିରାଗ ଶେଟ୍ଟି ଏବଂ ମହିଳା ଡବଲ୍ସରେ ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟୋଙ୍କ ମ୍ୟାଚ୍ ରହିଛି। ସେହିପରି ହକିରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ଟିମ୍। ଟେବୁଲ ଟେନିସ ମହିଳା ସିଙ୍ଗଲସରେ ଭାରତର ଶ୍ରୀଯା ଅକୁଲାଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ରହିଛି।

Advertisment

ପ୍ୟାରିସ ଅଲିମ୍ପିକ୍ସ (ଆଜିର ମ୍ୟାଚ୍)
ରମିତା ଜିନ୍ଦଲ -                         ମହିଳା ୧୦ ମିଟର ଏୟାର ରାଇଫଲ 
ମନୁ ଭାକର -                            ମିକ୍ସଡ ଟିମ୍ ପିସ୍ତଲ ଇଭେଣ୍ଟ
ଅର୍ଜୁନ ବାବୁତା -                         ପୁରୁଷ ୧୦ ମିଟର ଏୟାର ରାଇଫଲ ସୁଟିଂ
ପୃଥ୍ବୀରାଜ ତନ୍ଦାଇମନ -                 ପୁରୁଷ ଟ୍ରାପ୍ କ୍ୱାଲିଫିକେସନ
ଭାରତୀୟ ପୁରୁଷ ଦଳ -                 ତୀରନ୍ଦାଜୀ (କ୍ୱାର୍ଟରଫାଇନାଲ)
ଲକ୍ଷ୍ୟ ସେନ୍ -                              ବ୍ୟାଡମିଣ୍ଟନ ସିଙ୍ଗଲସ
ରାଙ୍କିରେଡି ଓ ଚିରାଗ ଶେଟ୍ଟି -            ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ
ଅଶ୍ବିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟୋ -   ବ୍ୟାଡମିଣ୍ଟନ ମହିଳା ଡବଲ୍ସ
ଭାରତୀୟ ହକି ଟିମ୍ -                      ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍
ଶ୍ରୀଯା ଅକୁଲା -                           ଟେବୁଲ ଟେନିସ ମହିଳା ସିଙ୍ଗଲସ

Paris Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe