Advertisment

ପ୍ୟାରିସ ଅଲିମ୍ପିକ୍ସ: ଆଜି ଭାରତ-ବେଲଜିୟମ ହକି ମ୍ୟାଚ୍, ଶୁଟିଂରୁ ପଦକ ଆଶା

ଶୁଟର ସ୍ୱପ୍ନିଲ କୁଶାଲେ ଆଜି ଫାଇନାଲ ମ୍ୟାଚ୍ ଖେଳିବେ।

Paris Olympics

Paris Olympics

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଜାରି ରହିଛି ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ। ଆଜି ଇଭେଣ୍ଟର ଷଷ୍ଠ ଦିନରେ ଏକାଧିକ ପ୍ରତିଯୋଗିତା ରହିଛି। ଆଜି ଭାରତକୁ ଆଉ ଏକ ପଦକ ମିଳିପାରେ ବୋଲି ଆଶା କରାଯାଉଛି। ଶୁଟର ସ୍ୱପ୍ନିଲ କୁଶାଲେ ଫାଇନାଲକୁ ଯାଇଥିବାରୁ ସେ ଖୁସି ଖବର ଦେଇପାରନ୍ତି।

Advertisment

ଆଜି ଦିନ ଗୋଟାଏରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଇଭେଣ୍ଟରେ କୁଶାଲେ ପ୍ରତିଯୋଗିତା କରିବେ।ସେହିପରି ୨୦ କିଲୋମିଟର ରେସ୍ (ପୁରୁଷ ଓ ମହିଳା) ଇଭେଣ୍ଟ ରହିଛି। ଆଜି ମଧ୍ୟ ହକି ମ୍ୟାଚ୍ ଖେଳାଯିବ।

ଦିନ ସାଢେ ଗୋଟାଏରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ପୁରୁଷ ହକି ଟିମ୍। ସେପଟେ ବକ୍ସିଂରେ ନିଖତ ଜରିନ୍ ଆଜି ପ୍ରିକ୍ୱାର୍ଟର ମ୍ୟାଚ ଖେଳିବେ, ବ୍ୟାଡମିଣ୍ଟନରେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ଏବଂ ପୁରୁଷ ଯୁଗଳରେ ସାତ୍ୱିକ-ଚିରାଗ ଯୋଡ଼ି ମୁକାବିଲା କରିବେ। 

Advertisment

ତେବେ ବର୍ତ୍ତମାନ ସୁଦ୍ଧା ଭାରତକୁ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଷଷ୍ଠ ଦିନରେ ଭାରତୀୟ ଆଥଲେଟ ଗୋଲ୍ଡ ଜିତିବା ନେଇ ଆଶା କରାଯାଉଛି।  

Hockey Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe