Advertisment

ଆଜି ବାଜିବ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ବିଗୁଲ୍

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି।

ଅଦ୍ୟତନ ହୋଇଛି
paris olympics 2024

paris olympics 2024

Advertisment

ଆଜି ବିଶ୍ୱ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍।

Advertisment

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସେପଟେ ଚିତାକର୍ଷକ ହେବାକୁ ଯାଉଛି ଆଜିର ଉଦଘାଟନୀ ସମାରୋହ। ଭାଗ ନେବେ ୩ହଜାର ନୃତ୍ୟଶିଳ୍ପୀ। ପ୍ରଥମ ଥର ପାଇଁ ଷ୍ଟାଡିୟମ ଭିତରେ ନୁହେଁ, ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶମାନଙ୍କର ପରେଡ୍ ଅନୁଷ୍ଠିତ ହେବ। ଭାରତ କଣ୍ଟିନଜେଣ୍ଟର ନେତୃତ୍ୱ ନେଇ ଜାତୀୟ ପତାକା ଧରିବେ ଟେବଲ୍ ଟେନିସ୍ ଲିଜେଣ୍ଡ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ।

Advertisment

୨୬ରୁ ବିଧିବଦ୍ଧ ଭାବେ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ୨୫ରୁ ଭାରତୀୟ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହୋଇ ଯାଇଛି।

ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେବେ। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲିମ୍ପିକ୍ସ ପଦକ ମିଳିନାହିଁ। ତେଣୁ ଏଥର ଭାଗ୍ୟ ବଦଳାଇବା ଲକ୍ଷ୍ୟ ରହିଛି।

India Paris Olympics 2024 Paris Olympic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe