Advertisment

ଅଲିମ୍ପିକ୍ସରେ ଡେବ୍ୟୁ ମ୍ୟାଚ୍‌ ଜିତିଲେ ପ୍ରଣୟ

ମ୍ୟାଚର ପ୍ରଥମ ସେଟକୁ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ଭାବେ ପ୍ରଣୟ ୨୧-୧୮ରେ ଜିତିଥିଲେ। କିନ୍ତୁ ଦ୍ୱିତୀୟ ସେଟକୁ ୨୧-୧୨ରେ ଜିତି ୪୫ ମିନିଟ ମଧ୍ୟରେ ମ୍ୟାଚ୍‌କୁ ଶେଷ କରିଥିଲେ।

HS Prannoy

HS Prannoy

Advertisment

ଭାରତର ଷ୍ଟାର ଶଟଲର ଏଚଏସ୍‌ ପ୍ରଣୟନ ତାଙ୍କ ଡେବ୍ୟୁ ଅଲିମ୍ପିକ୍ସ ବିଜୟରୁ ଆରମ୍ଭ କରିଛନ୍ତି। ଆଜି ପୁରୁଷ ଏକକର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ଜର୍ମାନୀର ପାବିଆନ ରୋଥଙ୍କୁ ବେଶ ଚମତ୍କାର ଢଙ୍ଗରେ ହରାଇ ଦେଇଛନ୍ତି।

Advertisment

କେରଳରେ ଜନ୍ମିତ ୩୨ ବର୍ଷୀୟ ପ୍ରଣୟ ୨ ସପ୍ତାହ ହେଲାଣି ଚିକୁନଗୁନୟା ରୋଗରେ ପୀଡ଼ିତ ଥିଲେ। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ରେ ସେ ନିଜ ଫିଟନେଶର ପ୍ରମାଣ ମଧ୍ୟ ସମସ୍ତଙ୍କୁ ଦେଖାଇଛନ୍ତି।

ମ୍ୟାଚର ପ୍ରଥମ ସେଟକୁ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ଭାବେ ପ୍ରଣୟ ୨୧-୧୮ରେ ଜିତିଥିଲେ। କିନ୍ତୁ ଦ୍ୱିତୀୟ ସେଟକୁ ୨୧-୧୨ରେ ଜିତି ୪୫ ମିନିଟ ମଧ୍ୟରେ ମ୍ୟାଚ୍‌କୁ ଶେଷ କରିଥିଲେ।

Advertisment

ଗ୍ରୁପ କେରେ ଥିବା ପ୍ରଣୟ ବୁଧବାର ନିଜର ଦ୍ୱିତୀୟ ତଥା ଶେଷ ଗ୍ରୁପ ମ୍ୟାଚ୍‌ରେ ଭିଏତନାମର ଲେ ଡକ ଫାଟଙ୍କୁ ଭେଟିବେ। ଗତବର୍ଷ ଏସିଆନ ଗେମ୍ସରେ ପ୍ରଣୟ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି।

Olympics Paris Olympics 2024 Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe