Advertisment

ବନ୍ଧୁକ ଚାଳନାରେ ନିରାଶ କଲେ ରମିତା ଜିନ୍ଦଲ

ଫାଇନାଲରେ ଭାରତର ରମିତା ଜିନ୍ଦଲ ପ୍ରବେଶ କରି ଇତିହାସ ରଚିଥିଲେ। କିନ୍ତୁ ଫାଇନାଲରେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି।

Ramita

Ramita

Advertisment

ମହିଳା ୧୦ ମିଟର ଏୟାର ରାଫଲ ଇଭେଣ୍ଟରୁ ଭାରତକୁ ପଦକ ମିଳିବା ଆଶା ମଉଳିଛି। ଦୀର୍ଘ ୨୦ ବର୍ଷ ପରେ ଏହି ଇଭେଣ୍ଟର ଫାଇନାଲରେ ଭାରତର ରମିତା ଜିନ୍ଦଲ ପ୍ରବେଶ କରି ଇତିହାସ ରଚିଥିଲେ। କିନ୍ତୁ ଫାଇନାଲରେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ଫାଇନାଲରେ ୮ ଜଣ ପ୍ରତିଯୋଗୀ ରହିଥିବା ବେଳେ ରମିତା ୭ମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛନ୍ତି।

Advertisment

ଫାଇନାଲରେ ରମିତା ଦମଦାର ଆରମ୍ଭ କରିଥିଲେ। ପ୍ରଥମ ୫ଟି ଶଟ ପରେ ସେ ୪ର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ୫ ଶଟ ପରେ ତାଙ୍କୁ ୭ମ ସ୍ଥାନକୁ ଖସିବାକୁ ପଡ଼ିଥିଲା। ଏଠାରୁ ପ୍ରତି ଦୁଇଟି ଶଟ ପରେ ଆରମ୍ଭ ହୋଇଥିଲା ଏଲିମିନେସନ।

ପ୍ରଥମ ଏଲିମିନେସନରୁ ରମିତା ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ୧୪ତମ ଶଟ ପରେ ତାଙ୍କୁ ବାହାର ରାସ୍ତା ଦେଖିବାକୁ ପଡ଼ିଥିଲା। ସେ ୧୪ଟି ଶଟରୁ ମୋଟ ୧୪୫.୩ ପଏଣ୍ଟ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ ଏହି ଇଭେଣ୍ଟରେ ଦକ୍ଷିଣ କୋରିଆରର ଶୁଟର ବାନ ହାୟୋଜିନ ଚାଇନରର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚାଇନାର ହୁଆଙ୍ଗ ୟୁଟିଙ୍ଗ ରୌପ୍ୟ ପଦକ ଓ ସ୍ୱିଜରଲ୍ୟାଣ୍ତର ଆଣ୍ଡ୍ରେ ଗୋଗନିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Olympics Paris Olympics 2024 Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe