/odisha-reporter/media/post_attachments/uploadimage/library/16_9/16_9_0/Desai_1722091325.jpg)
Desai
ପ୍ୟାରିସ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଡବଲ ଖୁସି ଖବର। ଟେବୁଲ ଟେନିସ ଓ ବ୍ୟାଡମିଣ୍ଟନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ଓ ଟେବୁଲ ଟେନିସ(ଟିଟି) ହରମୀତ ଦେଶାଇ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅଲିମ୍ପିକ୍ସ ଡେବ୍ୟୁଟାଣ୍ଟ ଲକ୍ଷ୍ୟ ସେନ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଗୁଏତଲାମାର କେଭିନ କୋର୍ଡନଙ୍କୁ ଭେଟିଥିଲେ। ଏହି ମ୍ୟାଚ୍କୁ ସେ ୨-୦ରେ ଜିତି ନେଇଛନ୍ତି। ମ୍ୟାଚ ଆରମ୍ଭରୁ ଲକ୍ଷ୍ୟ ନିଜର ଦବଦବା ଦେଖାଇଥିଲେ।
ପ୍ରଥମ ସେଟ୍କୁ ସେ ୨୧- ୮ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ କେଭିନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ଦ୍ୱିତୀୟ ସେଟର ପ୍ରଥମ ହାଫ କେଭିନଙ୍କ ସପକ୍ଷରେ ଯାଇଥିଲା।
ହେଲେ ପଛରେ ପଡ଼ିଥିବା ଲକ୍ଷ୍ୟ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ କଡ଼ା ସଂଘର୍ଷ କରି ଦ୍ୱିତୀୟ ସେଟ୍କୁ ୨୨-୨୦ରେ ଜିତି ନେଇଥିଲେ। ଏବେ ସେ ନିଜର ଦ୍ୱିତୀୟ ମ୍ୟାଚ୍ ସମ୍ଭବତଃ ୨୯ ତାରିଖରେ ଖେଳିବେ।
ଅନ୍ୟପକ୍ଷରେ ଟେବୁଲ ଟେନିସରେ ଭାରତର ହମୀତ ଦେଶାଇ ୪-୦ରେ ଜୋର୍ଡାନର ଅବୋ ୟାମନ ଜୈଦଙ୍କୁ ହରାଇ ରାଉଣ୍ତ ୬୪ରେ ପହଞ୍ଚିଛନ୍ତି। ହରମୀତ ପ୍ରଥମ ସେଟକୁ ୧୧-୭, ଦ୍ୱିତୀୟ ସେଟକୁ ୧୧-୯, ତୃତୀୟ ସେଟକୁ ୧୧-୫ ଓ ୪ର୍ଥ ସେଟକୁ ୧୧-୫ରେ ଜିତି ନେଇଥିଲେ। ଏବେ ତାଙ୍କର ମୁକାବିଲା ରାଛଣ୍ଡ ୬୪ରେ ଫ୍ରାନ୍ସର ଲେବର୍ଣ୍ଣଙ୍କ ସହ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
