Advertisment

ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, ମନୁ-ସରବଜୋତ ରଚିଲେ ଇତିହାସ

ଶୁଟିଂରେ ମନୁ ଭାକର ଓ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅଦ୍ୟତନ ହୋଇଛି
Manu Bhakar & Sarabjot Singh

Manu Bhakar & Sarabjot Singh

Advertisment

ପ୍ୟାରିସ ଅଲିମ୍ପିକ୍ସରୁ ଆସିଲା ଖୁସି ଖବର। ଐତିହାସକ ବିଜୟ ହାସଲ କରିଛନ୍ତି ଶୁଟର୍ ମନୁ ଭାକର ଓ ସରବଜୋତ ସିଂହ। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ହାସଲ କରିଛନ୍ତି ବ୍ରୋଞ୍ଜ। ଏହି ବିଜୟ ସହ ମନୁ ଓ ସରବଜୋତ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଶୁଟିଂ ଯୋଡ଼ି। 

Advertisment

ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ପୂର୍ବରୁ ମଧ୍ୟ ଭାରତକୁ ବ୍ରୋଞ୍ଜ ମିଳିଥିଲା। ଶୁଟର୍ ମନୁ ଭାକର ଏହି ବିଜୟ ଭେଟି ଦେଇଥିଲେ। ମନୁ ଭାକର ମଧ୍ୟ ନିଜ ନାଁରେ ରେକର୍ଡ ଯୋଡିଛନ୍ତି। ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ।

ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ବିଜୟ ଭେଟି ଦେଇଥିଲେ। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ପ୍ରଥମ ଥର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  

Advertisment

Paris Olympics 2024 Paris Olympics Manu Bhaker Sarabjot Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe