ପ୍ୟାରିସ ଅଲିମ୍ପିକ୍ସରେ ୧୨ ଦିନର ଇଭେଣ୍ଟ ଶେଷ ହୋଇଥିଲେ ମଧ୍ୟ ଏଯାଏ ଭାରତକୁ ଗୋଟିଏ ବି ସ୍ୱର୍ଣ୍ଣ କି ରୌପ୍ୟ ମିଳିପାରି ନାହିଁ। ପଦକ ଦାବିଦାର ଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସମଗ୍ର ଦେଶରେ ଏକ ପ୍ରକାର ଦୁଃଖପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।
ଏହାରି ମଧ୍ୟରେ ଆଜି ତ୍ରୟୋଦଶ ଇଭେଣ୍ଟର ଜାଭଲିନ ଥ୍ରୋ ଫାଇନଲ ମ୍ୟାଚ୍ ରହିଛି। ଭାରତ ପକ୍ଷରୁ ନୀରଜ ଚୋପ୍ରା ଖେଳୁ ଥିବାରୁ ସେ ସ୍ୱର୍ଣ୍ଣ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ସେହିପରି ଆଜି ମଧ୍ୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପାଇଁ ମୁକାବିଲା କରିବ।
Also Read
ଆଜି ସ୍ପେନ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ହକି ଟିମ୍। ସନ୍ଧ୍ୟା ୫ଟା ୩୦ରେ ହକି ମ୍ୟାଚ୍ ଥିବାବେଳେ ରାତି ୧୧ଟା ୫୫ରେ ଜାଭଲିନ ଥ୍ରୋ ପ୍ରତିଯୋଗିତା ରହିଛି। ତେବେ ଏହି ଦୁଇ ଇଭେଣ୍ଟରେ ପଦକ ମିଳିବା ନେଇ ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା 3ରେ ରହିଛି। ସମସ୍ତ ପଦକ ଶୁଟିଂରୁ ହିଁ ଆସିଛି।
ସେପଟେ ଆଜି ମଧ୍ୟ ଗଲ୍ଫ(ମହିଳା) ଏବଂ ଦୌଡକୁଦ ଓ କୁସ୍ତି(ପୁରୁଷ ଓ ମହିଳା) ଇଭେଣ୍ଟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।
Cricket
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।
Sports
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।
Cricket
ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sports
ଆଉ କିଛିମାସ ନେତୃତ୍ୱ ନେବାକୁ ଚାହୁଁଛନ୍ତି ରୋହିତ! ଚାମ୍ପିୟନ୍ସ ଟ୍ରଫି ପରେ..
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି।