Advertisment

ଆଜି ସ୍ୱର୍ଣ୍ଣ ପାଇଁ ଲଢିବେ ନୀରଜ ଚୋପ୍ରା, ବ୍ରୋଞ୍ଜ ପାଇଁ ଖେଳିବ ହକି ଟିମ୍

ପ୍ୟାରିସ ଅଲିମ୍ପିକ୍ସରେ ୧୨ ଦିନର ଇଭେଣ୍ଟ ଶେଷ ସୁଦ୍ଧା ଭାରତ ଖାତାରେ ନାହିଁ ଗୋଟିଏ ସ୍ୱର୍ଣ୍ଣ କି ରୌପ୍ୟ।

Neeraj Chopra

Neeraj Chopra

Advertisment

ପ୍ୟାରିସ ଅଲିମ୍ପିକ୍ସରେ ୧୨ ଦିନର ଇଭେଣ୍ଟ ଶେଷ ହୋଇଥିଲେ ମଧ୍ୟ ଏଯାଏ ଭାରତକୁ ଗୋଟିଏ ବି ସ୍ୱର୍ଣ୍ଣ କି ରୌପ୍ୟ ମିଳିପାରି ନାହିଁ। ପଦକ ଦାବିଦାର ଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସମଗ୍ର ଦେଶରେ ଏକ ପ୍ରକାର ଦୁଃଖପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।

Advertisment

ଏହାରି ମଧ୍ୟରେ ଆଜି ତ୍ରୟୋଦଶ ଇଭେଣ୍ଟର ଜାଭଲିନ ଥ୍ରୋ ଫାଇନଲ ମ୍ୟାଚ୍ ରହିଛି। ଭାରତ ପକ୍ଷରୁ ନୀରଜ ଚୋପ୍ରା ଖେଳୁ ଥିବାରୁ ସେ ସ୍ୱର୍ଣ୍ଣ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ସେହିପରି ଆଜି ମଧ୍ୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପାଇଁ ମୁକାବିଲା କରିବ।

ଆଜି ସ୍ପେନ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ହକି ଟିମ୍। ସନ୍ଧ୍ୟା ୫ଟା ୩୦ରେ ହକି ମ୍ୟାଚ୍ ଥିବାବେଳେ ରାତି ୧୧ଟା ୫୫ରେ ଜାଭଲିନ ଥ୍ରୋ ପ୍ରତିଯୋଗିତା ରହିଛି। ତେବେ ଏହି ଦୁଇ ଇଭେଣ୍ଟରେ ପଦକ ମିଳିବା ନେଇ ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା 3ରେ ରହିଛି। ସମସ୍ତ ପଦକ ଶୁଟିଂରୁ ହିଁ ଆସିଛି।

Advertisment

ସେପଟେ ଆଜି ମଧ୍ୟ ଗଲ୍ଫ(ମହିଳା) ଏବଂ ଦୌଡକୁଦ ଓ କୁସ୍ତି(ପୁରୁଷ ଓ ମହିଳା) ଇଭେଣ୍ଟ ରହିଛି।  

Hockey Neeraj Chopra Paris Olympics 2024 Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe