Advertisment

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା, ଗୋଟିଏ ଦିନରେ ୮ଟି ପଦକ

ମୋଟ ୩ଟି ଗୋଲ୍ଡ, ୫ଟି ସିଲଭର ଏବଂ ୭ ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ ୧୫ ତମ ସ୍ଥାନରେ ରହିଛି ଭାରତ।

author-image
Madhupriya Mistry
Meadl in paralympics

Meadl in paralympics

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା। ଭାରତ ପାଇଁ ଐତିହାସିକ ଦିନ। ଗୋଟିଏ ଦିନରେ ମିଳିଲା ୨ଟି ସ୍ୱର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି।

Advertisment

ମୋଟ ୩ଟି ଗୋଲ୍ଡ, ୫ଟି ସିଲଭର ଏବଂ ୭ ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ ୧୫ ତମ ସ୍ଥାନରେ ରହିଛି ଭାରତ। ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ।

ଭାରତ ପକ୍ଷରୁ ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନୀତେଶ କୁମାର ଗୋଲ୍ଡ ଜିତିଛନ୍ତି। ପାରାଲିମ୍ପିକ୍ସରେ ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ହାତେଇଛନ୍ତି ସ୍ୱର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-3 କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର।

Advertisment

ପୁରୁଷ SL-4 କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ସିଲଭର୍ ମେଡାଲ୍। ୨୦୨୧ରେ ବି ସେ ରୌପ୍ୟ ପଦକ ଜିତିଥିଲେ। ମହିଳା ସିଙ୍ଗଲ୍ସ SU-5 ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ପଞ୍ଚମ ଦିନରେ ଡିସକସ୍ ଥ୍ରୋ F-56 ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି। ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି। ନିତ୍ୟା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ SH-6 ବର୍ଗରେ ପ୍ରତିଯୋଗିତା କରୁଥିଲେ। ଆଜି ମଧ୍ୟ ଭାରତୀୟ ଆଥଲେଟ୍‌ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି।

Medal List India Win Medal Paris Paralympics 2024