Advertisment

ପ୍ୟାରିସ ପାରାଲିମ୍ପିକ୍ସ: ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ସଚିନ ଖିଲାରୀ ରୌପ୍ୟ ଜିତି ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚାଇଛନ୍ତି।

author-image
Debibandita Barick
Sachin Khilari

Sachin Khilari

ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି।

Advertisment

ଗତକାଲି ଇଭେଣ୍ଟର ଷଷ୍ଠ ଦିନରେ ଭାରତକୁ ପାଞ୍ଚଟି ପଦକ ମିଳିଥିଲା। ଏହି ପଦକ ସହ ଟୋକିଓ ୨୦୨୦ ପାରାଲିମ୍ପିକ ଗେମ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ୨୦ ପଦକ ହାସଲ କରିବାର ସୁଯୋଗ ପାଇଥିଲା।

ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ଭାରତକୁ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଥିଲା। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ କାଂସ୍ୟ ଜିତିଥିଲେ। 

Advertisment

ଏହାପରେ ହାଇ ଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ। ସେ ୧.୮୮ ମିଟର ଡେଇଁ ଦ୍ୱିତୀୟରେ ରହିଥିଲେ। ସେହିପରି ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେପଟେ ଜାଭଲିନ୍‌ରେ ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ହାତେଇଥିଲେ।

ଫଳରେ ଭାରତର ମେଡାଲ ସଂଖ୍ୟା ୨୦ରେ ପହଞ୍ଚିଥିଲା। ଆଜି ସଟ୍ ପୁଟରେ ଆଉ ଏକ ରୌପ୍ୟ ସହ ପଦକ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଇଭେଣ୍ଟକୁ ଆଉ ୪ ଦିନ ବାକି ଥିବାରୁ ପଦକ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି। 

Paris Paralympics Sachin Khilari Shot Put