କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ

ମୁମ୍ବାଇ: ସବୁ ପ୍ରକାରର କ୍ରିକେଟରୁ ଶେଷରେ ବିଦାୟ ନେଇଛନ୍ତି ୱିକେଟ କିପର ବ୍ୟାଟସମ୍ୟାନ ପାର୍ଥିବ ପଟେଲ। ଦୀର୍ଘ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନଥିବା ପାର୍ଥିବଙ୍କୁ ଆଇପିଏଲ ଓ ଘରୋଇ ମ୍ୟାଚ୍‌ରେ ଦେଖିବାକୁ ମିଳୁ ଥିଲା। ତେବେ ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ବେଙ୍ଗାଲୁରୁ ଟିମ୍‌ ସହ ଦୁବାଇ ଯାଇଥିଲେ ହେଁ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ। ଏବେ ପାର୍ଥିବ ସବୁ ପ୍ରକାରର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଦେଇଛନ୍ତି। ୨୦୦୨ […]

dw

dw

Hemant Lenka
  • Published: Wednesday, 09 December 2020
  • Updated: 09 December 2020, 12:47 PM IST

Sports

Latest News

ମୁମ୍ବାଇ: ସବୁ ପ୍ରକାରର କ୍ରିକେଟରୁ ଶେଷରେ ବିଦାୟ ନେଇଛନ୍ତି ୱିକେଟ କିପର ବ୍ୟାଟସମ୍ୟାନ ପାର୍ଥିବ ପଟେଲ। ଦୀର୍ଘ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନଥିବା ପାର୍ଥିବଙ୍କୁ ଆଇପିଏଲ ଓ ଘରୋଇ ମ୍ୟାଚ୍‌ରେ ଦେଖିବାକୁ ମିଳୁ ଥିଲା। ତେବେ ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ବେଙ୍ଗାଲୁରୁ ଟିମ୍‌ ସହ ଦୁବାଇ ଯାଇଥିଲେ ହେଁ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ। ଏବେ ପାର୍ଥିବ ସବୁ ପ୍ରକାରର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଦେଇଛନ୍ତି।

୨୦୦୨ ମସିହାରେ ପାର୍ଥିବ ପଟେଲଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏହି ସମୟରେ ସେ ଟିମ୍‌ ଇଣ୍ଡିଆ ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଭାରତ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ପାର୍ଥିବ ୩୧.୧୩ ହାରରେ ୯୩୪ ରନ କରିଛନ୍ତି। ଏହାବାଦ ସେ ଟିମ୍‌ ଇଣ୍ଡିଆ ପାଇଁ ୩୮ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେ ଶେଷଥର ପାଇଁ ଜୋହାନ୍ସବର୍ଗରେ ୨୦୧୮ ମସିହାରେ ଭାରତ ପାଇଁ ଜର୍ସି ପିନ୍ଧି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।

ଆଜି ଦିନ ୧୧.୧୬ରେ ପାର୍ଥିବ ପଟେଲ ଟ୍ୱିଟ କରି ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରୁଛି। ଦୀର୍ଘ ୧୮ ବର୍ଷର କ୍ରିକେଟ ଯାତ୍ରା ଶେଷ ହୋଇଛି। ଏଥିପାଇଁ ମୁଁ ଅନେକ ଲୋକଙ୍କ ପାଖରେ କୃତଜ୍ଞ।

ବିସିସିଆଇ ମୋତେ ୧୭ ବର୍ଷ ବୟସ ହୋଇଥିବା ବେଳେ ମୋ ଉପରେ ବିଶ୍ୱାସ ରଖି ଟେଷ୍ଟ ଖେଳିବାକୁ ସୁଯୋଗ ଦେଇଥିଲା। ଏଥିପାଇଁ ମୁଁ ବିସିସିଆଇକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଗୁଜରାଟ କ୍ରିକେଟ ଆସୋସିଏସନ ମୋର କ୍ରିକେଟ ଯାତ୍ରାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲା। ଏଥିସହ ନେତୃତ୍ୱ ନେବାର ସୁଯୋଗ ମଧ୍ୟ ଦେଇଥିଲା। ଏଥିପାଇଁ ମୁଁ  ଗୁଜରାଟ କ୍ରିକେଟ ଆସୋସିଏସନକୁ କୃତଜ୍ଞତା ଜଣାଉଛି।”

ପାର୍ଥିବ ପଟେଲ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୧ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏଥିରେ ୨୭ଟି ଶତକ ଓ ୬୭ଟି ଅର୍ଦ୍ଧଶତକ ରହିଛି। ସେ ରଣଜୀ ଟ୍ରଫିରେ ଗୁଜରାଟର ଅଧିନାୟକ ମଧ୍ୟ ହୋଇଥିଲେ। ତାଙ୍କ ନେତୃତ୍ୱରେ ଗୁଜରାଟ ୨୦୧୬-୧୭ ସଂସ୍କରଣରେ ପ୍ରଥମଥର ରଣଜୀ ଟ୍ରଫି ମଧ୍ୟ ଜିତିଥିଲା।

ଆଇପିଏଲରେ ପାର୍ଥିବ ମୁମ୍ବାଇ, ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ଦଳ ପାଇଁ ଖେଳିଛନ୍ତି। ସେ ନିଜ ରାଜ୍ୟ ଓ ଆଇପିଏଲରେ ୨୦୪ଟି ଟି-୨୦ ମ୍ୟାଚ୍‌ ଖେଳି ୧୨୩.୮୪ ହାରରେ ୪୩୦୦ ରନ୍‌ କରିଥିଲେ। ଏଥିରେ ୨୭ଟି ଅର୍ଦ୍ଧଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story