Advertisment

ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

ଚଳିତ ଏସିଆ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ।

Asian Games

Asian Games

Advertisment

ଏସିଆନ ଗେମ୍ସରେ ଭାରତୀୟଙ୍କ ଦବଦବା ଜାରି ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଭାରତର ପାରୁଲ ଚୌଧୁରୀ ଆଜି ନୂଆ ସଫଳତା ପାଇଛନ୍ତି। ସେ ମହିଳା ୫୦୦୦ ମିଟିର ଦୌଡ଼ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଟାର୍ଗେଟକୁ ଅତିକ୍ରମ କରି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ଚଳିତ ଏସିଆ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ। ସୋମବାର ଷ୍ଟିପଲଚେଜ୍‌ର ୩୦୦୦ ମିଟର ରେସ୍‌ରେ ସେ ରୌପ ପଦକ ଜିତିଥିଲେ। ଆଜି ସେ ୫୦୦୦ ମିଟର ରେସ୍‌ରେ ବେଶ ନାଟକୀୟ ଢଙ୍ଗରେ ସୁନା ପଦକ ହାତେଇଛନ୍ତି। ପ୍ରତିଯୋଗିତାର ସେ ରାଉଣ୍ଡ ଯାଏ ପାରୁଲ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ଆଗରେ ଜାପାନର ରିରିକା ହିରୋନାକା ରହିଥିଲେ।

କିନ୍ତୁ ଫିନିସ ଲାଇନ ମାତ୍ର କିଛି ଦୂରତା ଥିବା ବେଳେ ପାରୁଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ଶେଷ ମୁହୂର୍ତ୍ତରେ ହିରୋନାକାଙ୍କୁ ଅତିକ୍ରମ କରି ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଛଡ଼ାଇ ଆଣିଥିଲେ।

Advertisment

ଅନ୍ୟପକ୍ଷରେ ୪୦୦ ମିଟର ମହିଳା ହଡଲ୍ସରେ ଭାରତର ବିଥ୍ୟା ରାମରାଜ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ସେ ୫୫.୬୮ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଏପରି ସଫଳତା ହାସଲ କରିଛନ୍ତି। 

ସେହିପରି ପ୍ରବୀଣ ଚିତ୍ରବେଲ ଟ୍ରିପଲ ଜନ୍‌ରେ ମଧ୍ୟ ଦେଶ ପାଇଁ ପଦକ ଜିତିଛନ୍ତି। ସେ ୧୬.୬୮ ମିଟରକୁ ଡିଆଁ ମାରି ବ୍ରୋଞ୍ଜ ପଦକ ଜିତିଛନ୍ତି। ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦ ହାତେଇଛନ୍ତି। 

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe